୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସ୍ମୃତି ଏବେ ବି ତାଜା ରହିଛି: ଆମେରିକା

Advertisment

ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି

ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ସ୍ମୃତି ଏବେ ବି ତାଜା ରହିଛି: ଆମେରିକା

Times Now

ୱାସିଂଟନ୍: ୨୦୦୮ରେ ମୁମ୍ବାଇରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଭୟାନକ ଆକ୍ରମଣର ସ୍ମୃତି ଉଭୟ ଭାରତ ଏବଂ ଆମେରିକାରେ ଏବେ ବି ତାଜା ହୋଇ ରହିଛି ବୋଲି ବାଇଡେନ୍‌ ପ୍ରଶାସନ କହିଛି। ବିଦେଶ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ୍ ତାଙ୍କ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ଯେ ସେଦିନର ଭୟଙ୍କର ଦୃଶ୍ୟ, ହୋଟେଲ ଉପରେ ହୋଇଥିବା ଆକ୍ରମଣ ଓ ରକ୍ତପାତ ଆମକୁ ଏବେ ବି ଆନ୍ଦୋଳିତ କରୁଛି। ଅନ୍ତର୍ଜାତୀୟ ଆତଙ୍କବାଦ ସଂପର୍କରେ ଏକ ପ୍ରଶ୍ନର ଜବାବରେ ପ୍ରାଇସ୍‌ ଏହି ବୟାନ ରଖିଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣରେ ଯେଉଁମାନେ ସିଧାସଳଖ ସଂପୃକ୍ତ ଥିଲେ ସେମାନେ ନିପାତ ହୋଇଥିଲେ ମଧ୍ୟ ସେମାନଙ୍କୁ ସଂଚାଳିତ କରୁଥିବା ମାଷ୍ଟର୍‌ମାଇଣ୍ଡମାନେ ଏବେ ବି ସକ୍ରିୟ ଏବଂ ସେମାନଙ୍କୁ ଶାସ୍ତି ଦେବାପାଇଁ ପ୍ରୟାସ ଜାରି ରହିଛି।

ଭାରତରେ ହୋଇଥିବା ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଭାରତୀୟ ସୁରକ୍ଷା ବାହିନୀ ଦ୍ୱାରା ୯ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ। ଅଜମଲ କସାବ ହିଁ ଏକମାତ୍ର ଆତଙ୍କବାଦୀ ଯିଏ ଜୀବନ୍ତ ଧରାପଡିଥିଲା ଏବଂ ପରେ ତାକୁ ଫାଶୀ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe