ଦୁମକା; ଝାଡ଼ଖଣ୍ଡର ଦୁମକାଠାରେ ଶୁକ୍ରବାର ସକାଳେ ଜଣେ ୧୪ ବର୍ଷୀୟା ଆଦିବାସୀ ଝିଅକୁ ଝୁଲନ୍ତା ଅବସ୍ଥା ଦେଖିବା ପରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ଡିଆଇଜି ସୁଦର୍ଶନ ମଣ୍ଡଳଙ୍କ କହିବା ଅନୁସାରେ ବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଅଭିଯୁକ୍ତ ଅରମାନ ଆନସାରିକୁ ଗିରଫ କରାଯାଇଛି। ଦୁମକାରେ ଝିଅଟି ତା’ ମାଉସୀ ଘରେ ରହୁଥିଲା। ସେଠାରେ ତା’ର ଆନସାରି ସହ ସମ୍ପର୍କ ହୋଇଥିଲା ଏବଂ ସେ ଗର୍ଭବତୀ ଥିଲା। ସେ ଯେତେବେଳେ ଆନସାରିକୁ ବାହାହେବା ପାଇଁ କହିଲା, ଆନସାରି ତାକୁ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଝୁଲେଇ ଦେଲା। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆଦିବାସୀ ଝିଅକୁ ଦୁଷ୍କର୍ମ କରି ଗଛରେ ଝୁଲେଇଦେଲା ଦୁର୍ବୃତ୍ତ: ଅଭିଯୁକ୍ତ ଅରମାନ ଆନସାରି ଗିରଫ
Advertisment
Follow Us