ମଡେଲ୍‌ରୁ ଜାଣିହେବ ରୋଗୀଙ୍କ ମୃତ୍ୟୁ ଆଶଙ୍କା

କେନ୍ଦୁଝର :  କାନ୍ଥ ପଡ଼ି ନାବାଳକ ମୃତ

image source--sisat

ଲଣ୍ଡନ: ବ୍ରିଟିଶ୍‌ ବୈଜ୍ଞାନିକମାନେ ଏକ ପ୍ରକାର ଅଭିନବ ଗାଣିତିକ ମଡେଲ୍‌ ପ୍ରସ୍ତୁତ କରିଛନ୍ତି ଯେଉଁଥିରୁ ଚିକିତ୍ସାଧୀନ ଥିବା କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଆଶଙ୍କା ଠିକ୍‌ରେ ଆକଳନ କରିହେବ। ଏହାଦ୍ବାରା ଡାକ୍ତରମାନେ ସଂପୃକ୍ତ ରୋଗୀକୁ ସମୟୋଚିତ ଶ୍ରେଷ୍ଠ ଚିକିତ୍ସା ଯୋଗାଇଦେଇ ପାରିବେ ବୋଲି ଆଶା କରାଯାଉଛି। ସ୍ବାସ୍ଥ୍ୟ ଭିତ୍ତିକ ପତ୍ରିକା ବିଏମ୍‌ଜେର ସଦ୍ୟ ସଂସ୍କରଣରେ ସବିଶେଷ ଭାବେ ପ୍ରକାଶିତ ଉକ୍ତ ଚାରି ଥାକିଆ ମଡେଲ୍‌ ବ୍ୟବହାର କରି ଜଣେ କୋଭିଡ୍‌ ଆକ୍ରାନ୍ତର ନିମ୍ନ , ମଧ୍ୟମ, ଉଚ୍ଚ କି ଅତ୍ୟୁଚ୍ଚ ମୃତ୍ୟୁ ଆଶଙ୍କା ରହିଛି ତାହା ତତ୍କାଳ ନିର୍ଣ୍ଣୟ କରିହେବ ବୋଲି ଗବେଷକମାନେ ଦାବି କରିଛନ୍ତି।

ସୂଚନା ଥାଉ କି, ସମ୍ପ୍ରତି ବିଶ୍ବର ବିଭିନ୍ନ ପ୍ରାନ୍ତରେ ରହିଥିବା ଡାକ୍ତରଖାନାମାନଙ୍କରେ ଚିକିତ୍ସିତ ହେଉଥିବା କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଆଶଙ୍କା ସମ୍ପର୍କରେ କୌଣସି ଉପାୟରେ ସଠିକ୍‌ ତଥ୍ୟ ପାଇବାକୁ ଡାକ୍ତରମାନେ ବ୍ୟାକୁଳ ହୋଇପଡ଼ିଛନ୍ତି। କାରଣ ମୃତ୍ୟୁ ଆଶଙ୍କା ସର୍ବାଧିକ ଥିବା ରୋଗୀକୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା କରାଯାଇପାରନ୍ତା ବୋଲି ସେମାନଙ୍କର ମତ। ତେବେ ଏଡିନ୍‌ବର୍ଗ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ବିକଶିତ ୪ସି(କରୋନାଭାଇରସ୍‌ କ୍ଲିନିକାଲ୍‌ କ୍ୟାରେକ୍ଟରାଇଜେସନ୍‌ କନ୍‌ସୋର୍ଟିଅମ୍‌) ମୃତ୍ୟୁ ପ୍ରାପ୍ତାଙ୍କ ନାମକ ଏହି ମଡେଲ୍‌ରେ ରୋଗୀର ବୟସ, ଲିଙ୍ଗ, ସ୍ଥିତାବସ୍ଥା, ଶ୍ବାସକ୍ରିୟା ଓ ରକ୍ତରେ ଅମ୍ଳଜାନ ସ୍ତର ଆଦି ଉଲ୍ଲେଖ କରିଦେଲେ ତାହା ସଂପୃକ୍ତ ରୋଗୀର ମୃତ୍ୟୁ ଆଶଙ୍କା ସମ୍ପର୍କରେ ପ୍ରାୟ ନିର୍ଭୁଲ୍‌ ଆକଳନ କରିଦେବ ବୋଲି ସହମୁଖ୍ୟ ଗବେଷକ ଇୱେନ୍‌ ହାରିସନ୍‌ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe