ନୂଆଦିଲ୍ଲୀ: ମୋଦୀ ସରକାର କରୋନା ସଙ୍କଟକୁ ସଫଳତାର ମୁକାବିଲା କରିପାରିବେ ବୋଲି ଦେଶରେ ୯୩.୫ ପ୍ରତିଶତ ଲୋକ ବିଶ୍ବାସ କରୁଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ସରକାର ସୁଚିନ୍ତିତ ଯୋଜନାରେ କରୋନାକୁ ମୁକାବିଲା କରୁଛନ୍ତି ବୋଲି ଦେଶରେର ୯୩. ୫ ପ୍ରତିଶତ ଲୋକ ମତ ଦେଇଛନ୍ତି। କେନ୍ଦ୍ର ସରକାର ମର୍ଚ୍ଚ ୨୫ ତାରିଖରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ ଏବଂ ପରେ ଏହାକୁ ମେ' ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ତେବେ ଆଇଏଏନ୍ଏସ୍-ସି -ଭୋଟର କୋଭିଡ୍-୧୯ ଟ୍ରାକର ଅନୁଯାୟୀ ଲକ୍ଡାଉନ୍ର ପ୍ରଥମ ଦିନରେ ମୋଦୀ ସରକାରଙ୍କୁ ବିଶ୍ବାସ କରୁଥିବା ଲୋକଙ୍କ ସଂଖ୍ୟା ଥିଲା ୭୬.୮ ପ୍ରତିଶତ। କିନ୍ତୁ ଏହା ଏପ୍ରିଲ ୨୧ ବେଳକୁ ୯୩.୫ ପ୍ରତିଶତକୁ ବୃଦ୍ଧି ପାଇଛି। ମାର୍ଚ୍ଚ ୧୬ରୁ ଏପ୍ରିଲ ୨୧ ମଧ୍ୟରେ ଲୋକମାନଙ୍କଠାରୁ ଏନେଇ ମତାମତ ନିଆଯାଇଥିଲ।। ଅଧିକାଂଶ ଲୋକଙ୍କର କରୋନା ମୁକାବିଲା କରିବା ଦିଗରେ ମୋଦୀ ସରକାରଙ୍କ ଉପରେ ଅଗାଧ ବିଶ୍ବାସ ରହିଛି। ଏପ୍ରିଲ ୧ ତାରିଖରେ ୭୫.୮ ପ୍ରତିଶତ ଲୋକ ସରକାରଙ୍କ ଉପରେ ବିଶ୍ବାସ ଥିବା କହିଥିଲେ। ଏହାପରେ ଏପ୍ରିଲ ୧୧ ତାରିଖ ବେଳକୁ ୮୯.୯ ପ୍ରତିଶତ ଲୋକଙ୍କର ସରକାରଙ୍କ ପ୍ରତି ଦୃଢ଼ ବିଶ୍ବାସ ଥିବା କୁହାଯାଇଥିଲା। ତେବେ ଏପ୍ରିଲ ୨୨ବେଳକୁ ଏହା ୯୩.୫ ପ୍ରତିଶତକୁ ବୃଦ୍ଧି ପାଇଛି।
୯୩%ରୁ ଅଧିକ ଲୋକଙ୍କ ବିଶ୍ବାସ, ମୋଦୀ ସରକାର କୋଭିଡ୍ ସଙ୍କଟର ସଫଳ ମୁକାବିଲା କରିପାରିବେ
Advertisment
Follow Us