‘ହମ୍‌ ଆଦାନି କେ ହୈ କୌନ୍‌’ ପ୍ରଶ୍ନରୁ ହଟିପାରିବନି ମୋଦୀ ସରକାର

Advertisment

ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଆଜି

ପ୍ରଧାନମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଆଜି

‘ହମ୍‌ ଆଦାନି କେ ହୈ କୌନ୍‌’ ପ୍ରଶ୍ନରୁ ହଟିପାରିବନି ମୋଦୀ ସରକାର

ନୂଆଦିଲ୍ଲୀ: ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ଆସିବା ପରେ ଆଦାନି ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି। ଆଦାନି ଗ୍ରୁପ୍ ସହିତ ଥିବା ଅସାଧୁ ମେଣ୍ଟ ସଂପର୍କରେ ସରକାର ଅସମ୍ଭବ ପ୍ରକାରର ନିରବତା ଅବଲମ୍ବନ କରୁଥିବା ଅଭିଯୋଗ କଂଗ୍ରେସ ଆଣିବା ସହିତ ସରକାରଙ୍କ ଠାରୁ ଉତ୍ତର ଲୋଡ଼ିଛି। ଏହି ପ୍ରସଙ୍ଗରେ କଂଗ୍ରେସ ଆସନ୍ତାକାଲି ଦେଶବ୍ୟାପୀ ବିରୋଧୀ ପ୍ରଦର୍ଶନ କରିବ। ଏଲ୍‌ଆଇସି ଏବଂ ଏସ୍‌ବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପାଇଁ କଂଗ୍ରେସ ଯୋଜନା କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସଂପାଦକ (ଯୋଗାଯୋଗ) ଜୟରାମ ରମେଶ କହିଛନ୍ତି ରବିବାରଠାରୁ କଂଗ୍ରେସ ଏହି ପ୍ରସଙ୍ଗରେ ଦିନକୁ ତିନିଟି ପ୍ରଶ୍ନ ସରକାରଙ୍କୁ ପଚାରିବା ଆରମ୍ଭ କରିବ। ଉକ୍ତ ରିପୋର୍ଟ ଆସିବା ପରଠାରୁ ଆଦାନି ଗ୍ରୁପ୍‌ର ୧୦ଟି ଯାକ ତାଲିକାଭୁକ୍ତ କମ୍ପାନିର ସେୟାର ମୂଲ୍ୟରେ ପ୍ରାୟ ୮.୭ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ମୋଦୀଙ୍କୁ ଜୟରାମ ମନେପକାଇ ଦେବାକୁ ଯାଇ କହିଛନ୍ତି, ୨୦୧୬ ସେପ୍ଟେମ୍ବର ୫ରେ ଆପଣ ଚୀନରେ କହିଥିଲେ ନିରାପଦ ଦେଶଗୁଡ଼ିକରେ ଅର୍ଥନୈତିକ ଅପରାଧୀମାନେ ‌ନେଉଥିବା ଆଶ୍ରୟ ବ୍ୟବସ୍ଥାକୁ ଦୂର କରିବାକୁ ପଡ଼ିବ। ଏଥିସହିତ ମନି ଲଣ୍ଡରିଂ କରୁଥିବା ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ସହିତ ଅନ୍ତର୍ଜାତୀୟ ଆଇନରେ ରହିଥିବା ଜଟିଳତାକୁ ଦୂର କରିବାକୁ ହେବ। ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଏବଂ ସେମାନଙ୍କ ଦୁର୍ନୀତିକୁ ଲୁଚାଇ ଦେଉଥିବା ଅତ୍ୟଧିକ ଗୋପନୀୟ ବ୍ୟାଙ୍କିଂ ଆଇନକୁ ମଧ୍ୟ ହଟାଇବାକୁ ହେବ। ଏଥିରୁ କେତେକ ପ୍ରଶ୍ନ ଉଙ୍କି ମାରୁଛି। ‘ହମ୍‌ ଆଦାନି କେ ହୈ କୌନ’ ବା ଏଚ୍‌ଏଏଚ୍‌କେ କହି ଆପଣ ଏବଂ ଆପଣଙ୍କ ସରକାର ଲୁଚି ପାରିବେ ନାହିଁ ବୋଲି ଜୟରାମ ରମେଶ କହିଛନ୍ତି।

ଗୌତମ ଆଦାନିଙ୍କ ଭାଇ ବିନୋଦ ଆଦାନିଙ୍କ ନାମ ପାନାମା ପେପର୍ସ ଏବଂ ପାଣ୍ଡୋରା ପେପର୍ସରେ ଆସିଥିଲା। ବାହାମାସ ଓ ବ୍ରିଟିସ ଭର୍ଜିନ ଦ୍ବୀପରେ ସେ ଜାଲ୍‌ କମ୍ପାନି ଚଳାଉଛନ୍ତି। ଏହା ବିରୋଧରେ କାହିଁକି ଏପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କରିନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛନ୍ତି। ବିନୋଦ ଆଦାନି ଷ୍ଟକ ଏବଂ ଆକାଉଣ୍ଟିଂ ଜାଲିଆତିରେ ଜଡ଼ିତ ଅଛନ୍ତି। ଆପଣ ଭଲଭାବେ ପରିଚିତ ଥିବା ବ୍ୟବସାୟ ସଂସ୍ଥା ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲେ ମଧ୍ୟ ତଦନ୍ତର ମାନ ଏବଂ ନିଷ୍ଠା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ସେହିଭଳି ଆଦାନି ଗ୍ରୁପ୍ ବିରୋଧରେ ଅତୀତରେ ଆସିଥିବା ଅଭିଯୋଗଗୁଡ଼ିକ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଅନ୍ୟ ବ୍ୟବସାୟ ସଂସ୍ଥାଗୁଡ଼ିକ ଉପରେ ଚଢ଼ଉ କରାଯାଉଥିଲେ ମଧ୍ୟ ଆଦାନି ଗ୍ରୁପ୍ କାହିଁକି ବାଦ୍ ପଡ଼ିଛି ବୋଲି ପ୍ରଶ୍ନ କରି କଂଗ୍ରେସ ସରକାରକୁ ଘେରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe