କେରଳ ପହଞ୍ଚିଲା ମୌସୁମୀ: ପ୍ରବଳ ବର୍ଷା, ୯ ଜିଲ୍ଲାରେ ୟେଲୋ ଆଲର୍ଟ

Advertisment
କେରଳ ପହଞ୍ଚିଲା ମୌସୁମୀ: ପ୍ରବଳ ବର୍ଷା, ୯ ଜିଲ୍ଲାରେ ୟେଲୋ ଆଲର୍ଟ

India.com

ନୂଆଦିଲ୍ଲୀ: କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚିଯାଇଛି। ପାଣିପାଗ ବିଭାଗର ଉପ ମହାନର୍ଦ୍ଦେଶକ ଆନନ୍ଦ କୁମାର ଶର୍ମା କହିଛନ୍ତି ଯେ ଆଜି କେରଳରେ ମୌସୁମୀର ଆଗମନ ହୋଇଛି ଏବଂ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଏଥିପାଇଁ ପାଣିପାଗ ବିଭାଗ ରାଜ୍ୟର ୯ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛନ୍ତି। କେରଳର ତିରୁଅନନ୍ତପୁରମ, କୋଲ୍ଲମ, ପଠାନମଥିଡ଼ା, ଅଲ୍‌ପୁଝା, କୋଟ୍ଟାୟମ, ଏର୍ନାକୁଲମ, ମଲପ୍ପୁରମ ଏବଂ କନ୍ନୁର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ହୋଇଛି। କେରଳର ଦକ୍ଷିଣ ତଟବର୍ତ୍ତୀ ଅଂଚଳ ଏବଂ ଲକ୍ଷାଦ୍ବୀପରେ ଗତ ୪ ଦିନ ହେଲା ବର୍ଷା ଲାଗି ରହିଛି।

ପାଣିପାଗ ବିଭାଗ ଶନିବାର ଦିନ ଏହାକୁ ପ୍ରାକ୍‌ ମୌସୁମୀ ବର୍ଷା ବୋଲି କହିଥିବା ବେଳେ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଇମେଟ ଦାବି କରିଥିଲା ଯେ ମୌସୁମୀ କେରଳ ତଟରେ ପହଞ୍ଚିଯାଇଛି। ତେବେ ପାଣିପାଗ ବିଭାଗ ଏହାକୁ ଗ୍ରହଣ କରିନଥିଲା। ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତିବର୍ଷ ଜୁନ୍‌ରୁ ସେପ୍‌ଟେମ୍ବର ପର୍ଯ୍ୟନ୍ତ ୪ ମାସ ଧରି ରହିଥାଏ। ଏହା ପ୍ରଥମେ କେରଳରେ ପହଞ୍ଚିଥାଏ ଏବଂ ପରେ ଭିନ୍ନ ଭିନ୍ନ ସମୟରେ ଦେଶର ବଭିନ୍ନ ଅଂଚଳରେ ପହଞ୍ଚିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe