ସପ୍ତାହକରେ ଅଧା ଭାରତରେ ପହଞ୍ଚିଲା ମୌସୁମୀ

Advertisment
ସପ୍ତାହକରେ ଅଧା ଭାରତରେ ପହଞ୍ଚିଲା ମୌସୁମୀ

MetWeather

ନୂଆଦିଲ୍ଲୀ: ଦେଶରେ ଏବେ ମୌସୁମୀ ସକ୍ରିୟ ରହିଛି ଏବଂ ସପ୍ତାହକ ମଧ୍ୟରେ ପ୍ରାୟ ଅଧା ଅଂଚଳରେ ପହଞ୍ଚି ସାରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଉତ୍ତରପ୍ରଦେଶର କେତେକ ଅଂଚଳ ସମେତ ବିହାରରେ ପହଞ୍ଚିବ ଏବଂ ଦୁଇ ଦିନ ଭିତରେ ଏହା ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ମୌସୁମୀ ଗୁରୁବାର ମଧ୍ୟପ୍ରଦେଶରେ ପହଞ୍ଚି ସାରିଛି ଏବଂ ଭୋପାଳ, ଜବଲପୁର ଏବଂ ଗ୍ବାଲିୟର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହୋଇଛି। ସାଧାରଣତଃ ମଧ୍ୟପ୍ରଦେଶରେ ଜୁନ୍‌ ୧୭ରେ ମୌସୁମୀ ପହଞ୍ଚୁଥିବା ବେଳେ ଏଥର ଯଥେଷ୍ଟ ଆଗୁଆ ରହିଛି। ମହାରାଷ୍ଟ୍ରର ବିଭିନ୍ନ ଅଂଚଳରେ ମୌସୁମୀ ସକ୍ରିୟ ରହିଥିବା ବେଳେ ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି। ଆଗାମୀ ଦୁଇ ତିନି ଦିନ ଭିତରେ ଓଡ଼ିଶା, ପଶ୍ଚିମବଂଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର ସମସ୍ତ ଅଂଚଳରେ ମୌସୁମୀ ସକ୍ରିୟ ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଛି।

ଏଥର ମୌସୁମୀ ସ୍ବାଭାବିକ ରହିବ ବୋଲି ଆଶା କରାଯାଉଛି ଏବଂ ଦେଶବ୍ୟାପୀ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥର ୯୮% ବୃଷ୍ଟିପାତ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ସ୍କାଇମେଟ୍‌ ଜୁନ୍‌ରୁ ସେପ୍‌ଟେମ୍ବର ମଧ୍ୟରେ ୧୦୩% ବର୍ଷା ହେବ ବୋଲି ଭବିଷ୍ୟବାଣୀ କରିଛି। ଉଭୟ ପୂର୍ବାନୁମାନରୁ ଭଲ ବୃଷ୍ଟିପାତ ଆଶା ରହିଥିବାରୁ ଚାଷୀଙ୍କ ପାଇଁ ଏହା ଆଶ୍ବସ୍ତି ଆଣିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe