ସପ୍ତାହକ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ: ଲୋକସଭା, ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

Advertisment

ସଂସଦ ଭବନ ପରିସରରେ ବିକ୍ଷୋଭ, ରାଷ୍ଟ୍ରପତିଙ୍କୁ ଭେଟିଲେ ଗୁଲାମନବୀ

ସଂସଦ ଭବନ ପରିସରରେ ବିକ୍ଷୋଭ, ରାଷ୍ଟ୍ରପତିଙ୍କୁ ଭେଟିଲେ ଗୁଲାମନବୀ

ସପ୍ତାହକ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ: ଲୋକସଭା, ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟର ସପ୍ତାହକ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ ଆଜି ସମାପ୍ତ ଘୋଷଣା କରାଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ବି. ମୂରଲୀଧରନ ଆଜି ଏ ସଂକ୍ରାନ୍ତ ସୂଚନା ଦେଇ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ନିର୍ଦ୍ଧାରିତ ସମୟର ସପ୍ତାହକ ପୂର୍ବରୁ ସଂସଦର ଅଧିବେଶନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଶେଷ ଦିବସରେ ଗୃହ ମୁଲତବୀ ପୂର୍ବରୁ ବି‌ରୋଧୀ ଦଳ ସାଂସଦଙ୍କ ଅନୁପସ୍ଥିତିରେ ରାଜ୍ୟ ସଭାରେ ଶ୍ରମ ସଂସ୍କାର ସଂପର୍କିତ ୩ଟି ବିଲ୍‌ ବାଚନିକ ଭୋଟ୍‌ରେ ଗୃହୀତ ହୋଇଥିଲା। ୧୦ ଦିନ ଧରି ଚାଲିଥିବା ଏହି ଅଧିବେଶନରେ ରାଜ୍ୟସଭାରେ ୨୫ ବିଧାୟକ ଗୃହୀତ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଏ ସଂପର୍କିତ ତଥ୍ୟ ପ୍ରଦାନ କରି କହିଛନ୍ତି ଯେ ଗୃହରେ ୧୯ଟି ଅଧିବେଶନ ନିର୍ଦ୍ଧାରିତ ହୋଇଥିଲା, କିନ୍ତୁ ୧୦ଟି ଅଧିବେଶନ ହିଁ ହୋଇପାରିଛି।

ଶ୍ରମଜୀବୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଲ୍‌ ଗତକାଲି ଲୋକସଭାରେ ଗୃହୀତ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ଏହାକୁ ଆଗତ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ଯେ ଦେଶର ୫୦ କୋଟି ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ବିଲ୍‌ ଅଣାଯାଇଛି ଏବଂ ଏହି ବିଲ୍‌ରେ ଶ୍ରମିକଙ୍କ ମଜୁରି, ସାମାଜିକ ଏବଂ ସ୍ବାସ୍ଥ୍ୟ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରାବଧାନ ରହିଛି। ଆଜି ରାଜ୍ୟସଭା ଅଧିବେଶନର ୧୦ମ ଦିନ ଥିଲା ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଆଜି ତାଙ୍କ ଉପବାସ ଭାଙ୍ଗିଥିଲେ। ବିରୋଧୀ ଦଳ ସାଂସଦଙ୍କ ବିଶୃଙ୍ଖଳିତ ଆଚରଣର ପ୍ରତିବାଦ କରି ସେ ଗତକାଲିଠାରୁ ଉପବାସରେ ଥିଲେ।

ନୂଆଦିଲ୍ଲୀ: କୃଷି ବିଲ୍‌କୁ ବିରୋଧ କରି ବିରୋଧୀ ଦଳମାନେ ଏବେ ସରକାରକୁ ଘେରିବା ପାଇଁ ଏକଜୁଟ୍‌ ହୋଇଛନ୍ତି। ଆଜି ସଂସଦ ଭବନ ପରିସରରେ ବିରୋଧୀ ସଦସ୍ୟମାନେ ବିକ୍ଷୋଭ ପ୍ରତିବାଦ କରିଥିଲେ। ବିଲ୍‌ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେମାନେ କହିଥିଲେ। ଅପରାହ୍ନ ୫ଟା ବେଳେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ବିଲ୍‌ ସଂପର୍କରେ ବିରୋଧୀ ଦଳର ମତ ରଖିଥିଲେ। ଗୁଲାମନବୀ ରାଷ୍ଟ୍ରପତିଙ୍କୁ କହିଥିଲେ, ବିଲ୍‌ ଗୃହୀତ କରାଇବା ପାଇଁ ‘ଡିଭିଜନ ଅଫ୍‌ ଭୋଟ୍‌’ ହୋଇନଥିଲା କି ବାଚନିକ ଭୋଟ୍‌କୁ ସମ୍ମାନ ଦିଆଯାଇ ନଥିଲା। ଗଣତନ୍ତ୍ରର ମନ୍ଦିରରେ ସମ୍ବିଧାନର ଅପମାନ କରାଯାଇଛି ଏବଂ ବିଲ୍‌କୁ ଭୁଲ୍‌ ଉପାୟରେ ଗୃହୀତ କରାଯାଇଛି ବୋଲି ସେ କହିଥିଲେ। ଏଥିପାଇଁ ସରକାର ଦାୟୀ ଥିବାରୁ ଏହି ବିଲ୍‌ରେ ଦସ୍ତଖତ ନ କରିବାକୁ ସେ ରାଷ୍ଟ୍ରପତିଙ୍କୁ କହିଥିଲେ। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଗୁଲାମନବୀ ଗଣମାଧ୍ୟମକୁ କହିଛନ୍ତି ଯେ କୃଷି ବିଲ୍‌କୁ ନେଇ ବିରୋଧୀ ଦଳମାନଙ୍କ ଆଭିମୁଖ୍ୟ ସେ ସ୍ପଷ୍ଟ କରିଛନ୍ତି ଏବଂ ବିଲ୍‌କୁ ପ୍ରତ୍ୟାହାର କରିନେବା ପାଇଁ ରାଷ୍ଟ୍ରପତିଙ୍କଠାରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe