ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ସ୍ଥାନ ନିଜ ଘର

Advertisment

ମହିଳାଙ୍କ ପାଇଁ ନିଜ ଘର ହେଉଛି ସବୁଠୁ ବିପଜ୍ଜନକ ସ୍ଥାନ। ବିଶ୍ବରେ ଦୈନିକ ୧୪୦ ଜଣ ମହିଳା ଓ ଝିଅ ପ୍ରତିଦିନ ହତ୍ୟାର ଶିକାର ହେଉଛନ୍ତି। ନିଜର ଘନିଷ୍ଠ ସହଯୋଗୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ବାରା ହତ୍ୟାର ଶିକାର ହେଉଛନ୍ତି।

ମହିଳାଙ୍କ ପାଇଁ ନିଜ ଘର ହେଉଛି ସବୁଠୁ ବିପଜ୍ଜନକ ସ୍ଥାନ। ବିଶ୍ବରେ ଦୈନିକ ୧୪୦ ଜଣ ମହିଳା ଓ ଝିଅ ପ୍ରତିଦିନ ହତ୍ୟାର ଶିକାର ହେଉଛନ୍ତି। ନିଜର ଘନିଷ୍ଠ ସହଯୋଗୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ବାରା ହତ୍ୟାର ଶିକାର ହେଉଛନ୍ତି।

00

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ନିଜ ଘର ହେଉଛି ସବୁଠୁ ବିପଜ୍ଜନକ ସ୍ଥାନ। ବିଶ୍ବରେ ଦୈନିକ ୧୪୦ ଜଣ ମହିଳା ଓ ଝିଅ ପ୍ରତିଦିନ ହତ୍ୟାର ଶିକାର ହେଉଛନ୍ତି। ନିଜର ଘନିଷ୍ଠ ସହଯୋଗୀ କିମ୍ବା ପରିବାର ସଦସ୍ୟଙ୍କ ଦ୍ବାରା ହତ୍ୟାର ଶିକାର ହେଉଛନ୍ତି। ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ଅବସରରେ ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ମିଳିତଭାବେ ପ୍ରକାଶିତ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ୨୦୨୩ ମସିହାରେ ବିଶ୍ବରେ ୫୧,୧୦୦ ଜଣ ମହିଳା ଓ ଝିଅଙ୍କୁ ହତ୍ୟା କରାଯାଇଛି। ୨୦୨୨ ମସିହା ତୁଳନାରେ ଏଥିରେ ବୃଦ୍ଧି ଘଟିଛି।

ଉଭୟ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ବିଶ୍ବର ସବୁ ଅଞ୍ଚଳରେ ମହିଳା ଓ ଝିଅମାନେ ଏଭଳି ଲିଙ୍ଗଗତ ହିଂସାର ସମ୍ମୁଖୀନ ହେଉଛନ୍ତି। ଆଫ୍ରିକା ମହାଦେଶରେ ମହିଳା ହିଂସାର ମାତ୍ରା ସବୁଠୁ ଅଧିକ ରହିଛି। ୨୦୨୩ରେ ସେଠାରେ ୨୧,୭୦୦ ମହିଳା ଓ ଝିଅଙ୍କୁ ଘର ଭିତରେ ହତ୍ୟା କରାଯାଇଛି। ଆଫ୍ରିକାର ଜନସଂଖ୍ୟା ତୁଳନାରେ ଏହି ହତ୍ୟା ଅନୁପାତ ଅଧିକ ରହିଛି। ଆଫ୍ରିକାରେ ପ୍ରତି ୧ ଲକ୍ଷ ଲୋକରେ ୨.୯ ମହିଳା ଓ ଝିଅଙ୍କୁ ଘର ଭିତରେ ହତ୍ୟା କରାଯାଇଛି। ଆମେରିକାରେ ଏହି ଅନୁପାତ ପ୍ରତି ୧ ଲକ୍ଷରେ ୧.୬ ରହିଛି। 

ଅନ୍ୟପକ୍ଷରେ ଏସିଆ ଓ ୟୁରୋପରେ ଏହି ହାର କମ୍‌ ରହିଛି। ଏସିଆରେ ପ୍ରତି ୧ ଲକ୍ଷ ଲୋକରେ ୦.୮ ଏବଂ ୟୁରୋପରେ ପ୍ରତି ୧ ଲକ୍ଷ ଲୋକରେ ୦.୬ ଜଣ ଲୋକ ହତ୍ୟାର ଶିକାର ହେଉଛନ୍ତି। କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ ଅଧିକାଂଶ ହତ୍ୟା ଘର ବାହାରେ ହେଉଛି।  ଯଦିଓ ମହିଳାଙ୍କ ତୁଳନାରେ ପୁ‌ରୁଷଙ୍କ ହତ୍ୟା ସଂଖ୍ୟା ଅଧିକ ରହିଛି କିନ୍ତୁ ଚିନ୍ତାର ବିଷୟ ହେଲା ମହିଳା ଓ ଝିଅମାନଙ୍କୁ ଘର ଭିତରେ ସଂପର୍କୀୟଙ୍କ ଦ୍ବାରା ହତ୍ୟା କରାଯିବା। ୨୦୨୩ରେ ହତ୍ୟାର ଶିକାର ହୋଇଥିବା ସମୁଦାୟ ବ୍ୟକ୍ତିଙ୍କ ମଧ୍ୟରୁ ୮୦ ପ୍ରତିଶତ ପୁରୁଷ ହୋଇଥିବାବେଳେ ୨୦ ପ୍ରତିଶତ ହେଉଛନ୍ତି ମହିଳା। ମହିଳାମାନଙ୍କ ହତ୍ୟା ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଏହା ଉଦ୍‌ବେଗଜନକ ସ୍ତରରେ ରହିଛି। ଘରୋଇ ହିଂସା ରୋକିବା ପାଇଁ ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନେବାକୁ ଜାତିସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe