Image Courtesy of India Today
ନୂଆଦିଲ୍ଲୀ : ଲଦାଖ୍ରେ ଭାରତ-ଚୀନ୍ ସୀମା ବିବାଦ ନେଇ ଦିନକୁ ଦିନ ସଙ୍କଟ ଅତି ଜଟିଳ ହେବାରେ ଲାଗିଛି। ୧୯୬୨ ଯୁଦ୍ଧ ପରେ ଚୀନ୍ ସହିତ ସବୁଠାରୁ ବଡ଼ ସୀମା ବିବାଦ ଏବେ ଉପୁଜିଛି ଏବଂ ପୂର୍ବ ଲଦାଖ୍ରେ ସ୍ଥିତି ଅତି ଗମ୍ଭୀର ରହିଛି ବୋଲି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ସାକ୍ଷାତକାରରେ କହିଛନ୍ତି। ଗତ ୪୫ ବର୍ଷ ମଧ୍ୟରେ ସୀମାରେ ପ୍ରଥମ ଥର ପାଇଁ ଆମ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ଏଲ୍ଏସିରେ ଉଭୟ ପକ୍ଷର ସେନା ବହୁ ସଂଖ୍ୟାରେ ମୁତୟନ ହୋଇଛନ୍ତି। ସୀମାରେ ଏଭଳି ଉତ୍ତେଜନା ଏବଂ ସେନା ମୁତୟନ ଅପ୍ରତ୍ୟାଶିତ ବୋଲି ସେ କହିଛନ୍ତି।
ଲଦାଖ୍ରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି ବିଦେଶ ମନ୍ତ୍ରୀ କହିଛନ୍ତି, ଚୀନ୍ ସହିତ ସୀମା ବିବାଦର ସମାଧାନ କ୍ଷେତ୍ରରେ ଆମେ କୌଣସି ଏକତରଫା ପରିବର୍ତ୍ତନ ପାଇଁ ସର୍ତ୍ତ ରଖିନାହୁଁ। ବିବାଦ ପୂର୍ବରୁ ଯେଭଳି ସ୍ଥିତି ଥିଲା ତାହାକୁ କାଏମ ରଖିବା ଏବଂ ସୀମା ବିବାଦର ସମାଧାନ କ୍ଷେତ୍ରରେ ସମସ୍ତ ପୂର୍ବ ଚୁକ୍ତିକୁ ଭାରତ ସମ୍ମାନ ଦେଇ ଆସିଛି। ଏବେ ପୂର୍ବ ଲଦାଖ୍ରେ ବିବାଦ ଅତି ଜଟିଳ ସ୍ଥିତିରେ ପହଞ୍ଚିଛି ଏବଂ ଏହାର ସମାଧାନ କୂଟନୀତି ମାଧ୍ୟମରେ କରାଯିବାକୁ ଜୟଶଙ୍କର ଗୁରୁତ୍ବାରୋପ କରିଛନ୍ତି।
Follow Us