ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ରହସ୍ୟ ଘନଉଛି

Advertisment

ମୁଣ୍ଡରେ ଆଘାତ, ସୁଇସାଇଡ୍‌ ନୋଟ୍‌ ଲେଖିନାହାନ୍ତି: ନିରଂଜନି ଆଖଡ଼ା ମୁଖ୍ୟ

ମୁଣ୍ଡରେ ଆଘାତ, ସୁଇସାଇଡ୍‌ ନୋଟ୍‌ ଲେଖିନାହାନ୍ତି: ନିରଂଜନି ଆଖଡ଼ା ମୁଖ୍ୟ

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ରହସ୍ୟ ଘନଉଛି

ପ୍ରୟାଗରାଜ : ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଏବେ ନୂଆ ରହସ୍ୟ ଉନ୍ମୋଚିତ ହୋଇଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଏତେ ବଡ଼ ଆଘାତ କିଭଳି ଲାଗିଲା ତାକୁ ନେଇ ପ୍ରଶ୍ନ ଉଠିଛି। ନିରଂଜନ ଆଖଡ଼ା ମହନ୍ତ ରବିନ୍ଦ୍ର ପୁରୀ ଦାବି କରିଛନ୍ତି ଯେ, ମହନ୍ତ ନରେନ୍ଦ୍ର ଗିରି ମହାରାଜ ଆତ୍ମହତ୍ୟା କରିନାହାନ୍ତି କି ସୁଇସାଇଡ୍‌ ନୋଟ୍‌ ଲେଖିନାହାନ୍ତି। ରବିନ୍ଦ୍ର କହିଛନ୍ତି, ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିବାପରେ ତାଙ୍କ ମୁଣ୍ଡରେ କିଭଳି ଆଘାତ ଲାଗିବ। ସେ ଉକ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି, ସୁଇସାଇଡ୍‌ ନୋଟ୍‌ ଜଣେ ଅନୁଗାମୀ ଲେଖିଛନ୍ତି ଏବଂ ସେଥି‌ରେ ଏକ ନାମରେ ସଜ୍ଞା ଭୁଲ୍‌ ଅଛି। ମହନ୍ତ ନରେନ୍ଦ୍ର ଗିରି କେବେ ବି ଏଭଳି ଭୁଲ୍‌ କରିବେନି ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe