ଏକକ ନିର୍ବାଚନ : ଜେପିସିରେ ଓଡ଼ିଶାରୁ ଭର୍ତ୍ତୃହରି, ସଂବିତ

ଏକ ଦେଶ-ଏକ ନିର୍ବାଚନ ଅଥବା ଏକକ ନିର୍ବାଚନ ବିଲକୁ ସରକାର ଜେପିସି (ଯୁଗ୍ମ ସଂସଦୀୟ କମିଟି)କୁ ପ୍ରେରଣ କରିଛନ୍ତି । ଏହା ସହିତ ଜେପିସିରେ ସଦସ୍ୟ ଥିବା ୨୧ ସାଂସଦଙ୍କ ନାମ ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
‘ଅସ୍ଥାୟୀ ବାଚସ୍ପତି ଚୟନରେ ପରମ୍ପରା ଭଙ୍ଗ ହୋଇନି’

ନୂଆଦିଲ୍ଲୀ: ଏକ ଦେଶ-ଏକ ନିର୍ବାଚନ ଅଥବା ଏକକ ନିର୍ବାଚନ ବିଲକୁ ସରକାର ଜେପିସି (ଯୁଗ୍ମ ସଂସଦୀୟ କମିଟି)କୁ ପ୍ରେରଣ କରିଛନ୍ତି । ଏହା ସହିତ ଜେପିସିରେ ସଦସ୍ୟ ଥିବା ସାଂସଦଙ୍କ ନାମ ଘୋଷଣା କରାଯାଇଛି। ଏଥିପାଇଁ ଲୋକସଭାରୁ ୨୧ ଜଣ ସାଂସଦଙ୍କ ନାମ ଘୋଷଣା କରାଯାଇଛି। ଏହି କମିଟିରେ ଓଡ଼ିଶାର ୨ ଜଣ ସାଂସଦ ଅଛନ୍ତି । ସେମାନେ ହେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୁରୀ ସାଂସଦ ଡ. ସଂବିତ ପାତ୍ର । ସେହିପରି କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଜେପିସିରେ ସାମିଲ କରାଯାଇଛି । କମିଟିର ଅନ୍ୟ ସଦସ୍ୟମାନେ ହେଲେ  ପି.ପି ଚୌଧୁରୀ, ଡାକ୍ତର ସିଏମ୍ ରମେଶ, ବାଂସୁରୀ ସ୍ୱରାଜ, ପୁରୁଷୋତ୍ତମଭାଇ ରୂପାଲା, ଅନୁରାଗ ସିଂ ଠାକୁର, ବିଷ୍ଣୁ ଦୟାଲ ରାମ, ଅନିଲ ବାଲୁନି,ବିଷ୍ଣୁ ଦତ୍ତ ଶର୍ମା,  ମନୀଷ ତିୱାରୀ, ସୁଖଦେବ ଭଗତ, ଧର୍ମେନ୍ଦ୍ର ଯାଦବ, କଲ୍ୟାଣ ବାନାର୍ଜୀ,  ଟି.ଏମ୍. ସେଲଭାଗଣପତି,  ଜି.ଏମ୍ ହରିଶ ବାଳଯୋଗୀ,  ସୁପ୍ରିୟା ସୁଲେ, ଡ. ଶ୍ରୀକାନ୍ତ ଏକନାଥ ସିନ୍ଦେ, ଚନ୍ଦନ ଚୌହାନ ଓ ବଳଶୋବରୀ ବଲ୍ଲଭନେନି ।

ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ ଦେଶରେ ଗୋଟିଏ ଥରରେ ଲୋକସଭା ଓ ବିଧାନସଭା ନିର୍ବାଚନର ବ୍ୟବସ୍ଥା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe