India TV
ନୂଆଦିଲ୍ଲୀ : ଜାତୀୟ ପତାକା ଏଣିକି ଦିନରାତି ୨୪ ଘଣ୍ଟା ଉଡ଼ିପାରିବ। କେନ୍ଦ୍ର ସରକାର ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ‘ହର୍ ଘର୍ ତିରଙ୍ଗା’ ଅଭିଯାନ ଅଧୀନରେ ସବୁ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ଆହ୍ବାନ ଦେଇଛନ୍ତି। ଦେଶ ସ୍ବାଧୀନ ହେବାର ୭୫ ବର୍ଷ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଏହା ଅଂଶବିଶେଷ। ଏଥିସହିତ ଭାରତର ପତାକା କୋଡ ୨୦୦୨ରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି। ଉକ୍ତ ପରିବର୍ତ୍ତନ ଅନୁଯାୟୀ ଜନସାଧାରଣ ଦିନରାତି ଜାତୀୟ ପତାକା ଉଡ଼ାଇ ପାରିବେ। ଚଳିତମାସ ୨୦ ତାରିଖରେ ପତାକା କୋଡ ୨୦୦୨ର ପୁନଃ ସଂଶୋଧନ କରାଯାଇ ଏହି ନିୟମ କରାଯାଇଛି।
Follow Us