ରିୟାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କଲା ଏନ୍‌ସିବି

Advertisment
ସୁଶାନ୍ତ ସିଂହ ରାଜପୁତ  ମୃତ୍ୟୁ ମାମଲା :  ରିୟା ଚକ୍ରବର୍ତ୍ତୀଙ୍କ  ହାଜତ ମିଆଦ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି

News18.com

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲରେ ନିଶା ସେବନ ଓ କାରବାର ପ୍ରସଙ୍ଗ ପଦାକୁ ଆସିବା ପରେ ଏହାର ଖୋଳତାଡ଼ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ରିୟା ଓ ଅନ୍ୟମାନଙ୍କ ନାମରେ ଏନସିବି ଏ ନେଇ ଏକ ମାମଲା ଗତ ୨୬ ତାରିଖରେ ରୁଜୁ କରିଥିଲା। କିନ୍ତୁ ଏନସିବି ଏବେ ରିୟାଙ୍କ ବିରୋଧରେ ଏକ ଅପରାଧିକ ମାମଲା ମଧ୍ୟ ରୁଜୁ କରିଛି। ତେବେ ରିୟାଙ୍କ ବିରୋଧରେ ଡ୍ରଗ୍ସ ସେବନ ଅଭିଯୋଗ ସମ୍ପର୍କରେ ତାଙ୍କ ଓକିଲ ପୂର୍ବରୁ ଏକ ବୟାନ ଦେଇସାରିଛନ୍ତି। ରିୟା କେବେ ବି ଡ୍ରଗ୍ସ ସେବନ କରନ୍ତି ନାହିଁ। ଏପରିକି ଯେକୌଣସି ସମୟରେ ରିୟା ରକ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ରିୟାଙ୍କୁ ଡିଆରଡିଓ ଗେଷ୍ଟ ହାଉସରେ ଚତୁର୍ଥ ଦିନ ପାଇଁ ଜେରା କରାଯାଇଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ ମଧ୍ୟ ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ରିୟା ଓ ଶ୍ରୁତିଙ୍କ ବ୍ୟତୀତ ସିବିଆଇ ଏହି ମାମଲାରେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ମ୍ୟାନେଜର ସାମୁଏଲ ମିରାଣ୍ଡା, ରୋଷେୟା ନୀରଜ ସିଂହ, ଘରୋଇ ସହାୟକ କେଶବ ଏବଂ ଆକାଉଣ୍ଟାଣ୍ଟ ରଜତ ମେୱାତିଙ୍କୁ ଜେରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe