ନିଟ୍‌ ଫଳାଫଳ ୨୦୨୦ରେ ତ୍ରୁଟି, ଏସ୍‌ଟି ବର୍ଗରେ ଟପର୍‌ ଫେଲ୍‌ ଘୋଷିତ

Advertisment

୭୨୦ରୁ ଶୂନ ରଖିଥିବା ଛାତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ

୭୨୦ରୁ ଶୂନ ରଖିଥିବା ଛାତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ

ଆଜି ନିଟ୍‌, ଓଡ଼ିଶାର ୧୬ ସହରରେ ୮୩ ପରୀକ୍ଷା କେନ୍ଦ୍ର

Jagran Josh

ପାଟନା: ଜାତୀୟ ପରୀକ୍ଷଣ ସଂସ୍ଥା(ଏନ୍‌ଟିଏ) ଦ୍ବାରା ଘୋଷିତ ଚଳିତ ବର୍ଷର ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍‌) ଫଳରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିରେ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗରେ ଶୀର୍ଷ ସ୍ଥାନ ହାସଲ କରିଥିବା ମୃଦୁଲ ରାଵତଙ୍କୁ ପରୀକ୍ଷାରେ ଅକୃତକାର୍ଯ୍ୟ ବୋଲି ଦର୍ଶାଯାଇଛି। ତେବେ ସାନି ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ପରେ ଏଭଳି ସାଂଘାତିକ ତ୍ରୁଟି ନଜରକୁ ଆସିଛି। ରାଜସ୍ଥାନର ସଵାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗାପୁର ସହରବାସୀ ୧୭ ବର୍ଷୀୟ ମୃଦୁଲ ପ୍ରଥମେ ଘୋଷିତ ପରୀକ୍ଷା ଫଳ ଅନୁସାରେ ୭୨୦ରୁ ୩୨୯ ମାର୍କ ରଖିଥିଲେ। ତେବେ ପରେ ଯାଞ୍ଚ ପରେ ସେ ୬୫୦ ମାର୍କ ରଖିଥିବା ସ୍ପଷ୍ଟ ହୋଇଛି। ସର୍ବ ଭାରତୀୟ ସାଧାରଣ ବର୍ଗରେ ତାଙ୍କ ସ୍ଥାନ ୩୫୭୭ ଥିବା ବେଳେ ଏସ୍‌ଟି ବର୍ଗରେ ସେ ଟପର ହୋଇଛନ୍ତି। ଗତ ୧୬ ତାରିଖରେ ଏନ୍‌ଟିଏ ଘୋଷଣା କରିଥିବା ଏହି ପରୀକ୍ଷା ଫଳରେ ଏ ପ୍ରକାର ଅନେକ ତ୍ରୁଟି ରହିଥିବା ଆଶଙ୍କା କରାଯାଉଛି। ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଜଣେ ପ୍ରାର୍ଥୀଙ୍କ ଆବେଦନରେ ସେ ଓଏମ୍‌ଆର୍‌ ସିଟ୍‌ ମେଳାଇ ଅତି କମ୍‌ରେ ୬୦୦ ମାର୍କ ରଖିଥିବେ ବୋଲି ଦାବି କରିଥିବା ବେଳେ ତାଙ୍କୁ ଶୂନ ମାର୍କ ମିଳିଛି। ଅନ୍ୟ ଜଣେ ପରୀକ୍ଷାର୍ଥୀ ଓଏମ୍‌ଆର୍‌ ସିଟ୍‌ ସହ ମିଳାଇ ତାଙ୍କର ୭୨୦ରୁ ୭୨୦ ମାର୍କ ରହିବ ବୋଲି କହୁଥିବା ବେଳେ ତାଙ୍କୁ ମାତ୍ର ୨୧୨ ମାର୍କ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe