ନୂଆ କୃଷି ଆଇନ ଏନ୍‌ଡିଏର ଚାପ ବଢ଼ାଉଛି, ହରିୟାଣାରେ ମେଣ୍ଟରୁ ଓହରିଲେ ସ୍ବାଧୀନ ବିଧାୟକ

Advertisment
ନୂଆ କୃଷି ଆଇନ ଏନ୍‌ଡିଏର ଚାପ ବଢ଼ାଉଛି, ହରିୟାଣାରେ ମେଣ୍ଟରୁ ଓହରିଲେ ସ୍ବାଧୀନ ବିଧାୟକ

headlineenglish.com

ଚଣ୍ଡିଗଡ଼: ନୂଆ କୃଷି ଆଇନ ଆସିିବା ପରେ ଏନ୍‌ଡିଏ ସହଯୋଗୀଙ୍କ ପକ୍ଷରୁ ବିଜେପି ଉପ‌‌ରେ ଚାପ ବଢ଼ୁଛି। ବିବାଦୀୟ କୃଷି ଆଇନ ପ୍ରସଙ୍ଗରେ ବିରୋଧୀଙ୍କ ଦ୍ବାରା ଲଗାତାର ଆକ୍ରମଣର ଶିକାର ହୋଇଥିବା ବିଜେପି ଏବେ ବିଭିନ୍ନ ରାଜ୍ୟରେ ନିଜ ସହଯୋଗୀଙ୍କ ଦ୍ବାରା ମଧ୍ୟ ସମାଲୋଚନାର ଶିକାର ହୋଇଛି। ବିଶେଷ କରି ହରିୟାଣାରେ ବିଜେପିର ଅଡ଼ୁଆ ବଢ଼ି ଯାଇଛି। ଜଣେ ସ୍ବାଧୀନ ବିଧାୟକ ସୋମବିର ସଙ୍ଗୱାନ୍‌ ହରିୟାଣା ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଅନ୍ୟପକ୍ଷେ ହରିୟାଣାରେ ବିଜେପିର ମେଣ୍ଟ ସହଯୋଗୀ ଜେଜେପି (ଜନନାୟକ ଜନତା ପାର୍ଟି) ନେତା ଅଜୟ ଚୌତାଲା କୃଷକ ଆନ୍ଦୋଳନ ସଂକ୍ରାନ୍ତ‌ରେ ସରକାରଙ୍କଠାରୁ ତତ୍କାଳ ସମାଧାନ ଚାହିଛନ୍ତି।

ଦୁଶ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି) ସମର୍ଥନରେ ବିଜେପି ହରିୟାଣାରେ ସରକାର ଗଠନ କରିଛି। ତେବେ ଦିଲ୍ଲୀରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଜେଜେପି ଅଡ଼ୁଆ ବି ବଢ଼ିଯାଇଛି। ସେଥିପାଇଁ ଦଳର ମୁଖ୍ୟ ଅଜୟ ଚୌତାଲା ଉକ୍ତ ପ୍ରସଙ୍ଗରେ ସରକାରଙ୍କଠାରୁ ତତ୍କାଳ ସମାଧାନ ଚାହିଛନ୍ତି। ଚୌତାଲା କହିଛନ୍ତି, ସରକାର କୃଷକ ସମସ୍ୟାକୁ ଖୁବ୍‌ ଶୀଘ୍ର ସମାଧାନ କରିବା ଉଚିତ୍‌। କୃଷକମାନଙ୍କୁ ଏହା ସୁନିଶ୍ଚିତ କରା‌ଇବା ଉଚିତ୍‌ ଯେ, ସେମାନଙ୍କ ଏମ୍‌ଏସ୍‌ପି ପୂର୍ବଭଳି ବଜାୟ ରହିବ। ଅନ୍ୟପକ୍ଷେ କୃଷକ ସଂଗଠନ ସହ ସରକାରଙ୍କ କଥାବାର୍ତ୍ତା ସକରାତ୍ମକ ଫଳ ପ୍ରଦାନ କରିବ ବୋଲି ଜେଜେପି ମୁଖ୍ୟ ଆଶା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ କୃଷି ଆଇନ ପ୍ରସଙ୍ଗରେ ବିଜେପି ପଂଜାବରେ ଏହାର ପ୍ରମୁଖ ସହଯୋଗୀ ସିରୋମଣୀ ଅକାଳୀ ଦଳକୁ ହରାଇ ସାରିଛି ଏବଂ ଗତକାଲି ଆର୍‌ଏଲ୍‌ପି ମଧ୍ୟ ଏନ୍‌ଡିଏ ସହ ଏହାର ସମ୍ପର୍କ ଚ୍ଛିନ୍ନ କରିବ ବୋଲି ଚେତାବନୀ ଦେଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe