ଦାୟିତ୍ବ ଗ୍ରହଣ କଲେ ରେଳ ବୋର୍ଡର ନୂଆ ଅଧ୍ୟକ୍ଷ

Advertisment
ଦାୟିତ୍ବ ଗ୍ରହଣ କଲେ ରେଳ ବୋର୍ଡର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : ରେଳ ବୋର୍ଡର ନୂଆ ଅଧ୍ୟକ୍ଷ ଏବଂ ସିଇଓ ଭାବେ ଅନିଲ କୁମାର ଲାହୋଟି ରବିବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ଲାହୋଟିଙ୍କ ନିଯୁକ୍ତିକୁ ପୂର୍ବରୁ ମଞ୍ଜୁରି ଦେଇଥିଲା। ପୂର୍ବରୁ ସେ ରେଳ ବୋର୍ଡର ସଦସ୍ୟ (ଭିତ୍ତିଭୂମି) ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।

ସେ ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା ୧୯୮୪ ବ୍ୟାଚର ଅଧିକାରୀ। ଗ୍ବାଲିୟରସ୍ଥିତ ମାଧବ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ସାଇନ୍ସରୁ ସିଭିଲ ଇଞ୍ଜିନିୟରିଂରେ ବିଟେକ୍‌ରେ ସ୍ବର୍ଣ୍ଣ ପଦକ ପାଇଥିଲେ। ଏହାପରେ ରୁର୍‌କି ବିଶ୍ବବିଦ୍ୟାଳୟ (ଆଇଆଇଟି ରୁର୍‌କି)ରୁ ଷ୍ଟ୍ରକଚର ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି। ରେଳବାଇରେ ୩୬ ବର୍ଷରୁ ଅଧିକ ସମୟ ଧରି ସେ ବିଭିନ୍ନ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe