ହେଜବୁଲ୍ଲାର ନୂଆ ମୁଖ୍ୟ ହାସେମ୍ ସଫିଦ୍ଦିନ

Advertisment

ଇସ୍ରାଏଲ ପକ୍ଷରୁ ବେରୁତ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲା ନିହତ  ହୋଇଥିବାରୁ ଏବେ ତା’ ସ୍ଥାନରେ ସଂଗଠନର ଜଣେ ପ୍ରମୁଖ କମାଣ୍ଡର୍‌ ହାସେମ୍ ସଫିଦ୍ଦିନକୁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।

ଇସ୍ରାଏଲ ପକ୍ଷରୁ ବେରୁତ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲା ନିହତ  ହୋଇଥିବାରୁ ଏବେ ତା’ ସ୍ଥାନରେ ସଂଗଠନର ଜଣେ ପ୍ରମୁଖ କମାଣ୍ଡର୍‌ ହାସେମ୍ ସଫିଦ୍ଦିନକୁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।

gdjgdgjdgjgjgj

ବେରୁତ: ଇସ୍ରାଏଲ ପକ୍ଷରୁ ବେରୁତ ଉପରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲା ନିହତ  ହୋଇଥିବାରୁ ଏବେ ତା’ ସ୍ଥାନରେ ସଂଗଠନର ଜଣେ ପ୍ରମୁଖ କମାଣ୍ଡର୍‌ ହାସେମ୍ ସଫିଦ୍ଦିନକୁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଫିଦ୍ଦିନ  ହେଉଛି ନସରଲ୍ଲାର ସମ୍ପର୍କୀୟ ଭାଇ, ଯିଏ କି ୩୨ ବର୍ଷ ଧରି  ହେଜବୁଲ୍ଲାର ଏକ ପ୍ରମୁଖ ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରିଛି। ଲେବାନନ୍‌ରେ ଇସ୍ରାଏଲର ବୋମାମାଡ଼ରେ ସଫିଦ୍ଦିନ ମଧ୍ୟ ନିହତ ହୋଇଛି ବୋଲି ପୂର୍ବରୁ ଖବର ପ୍ରଚାରିତ ହୋଇଥିଲା । ତେବେ ସଫିଦ୍ଦିନ ଜୀବିତ ଏବଂ ତାକୁ ହିଁ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି ବୋଲି ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି। ହେଜବୁଲ୍ଲା ମଧ୍ୟ ଖୁବ୍‌ଶୀଘ୍ର ଏ ବାବଦରେ ଆନୁଷ୍ଠାନିକ ଘୋଷଣା କରିବ ବୋଲି  ପ୍ରସ୍ତୁତ ହେଉଛି। ଦକ୍ଷିଣ ଲେବାନନ୍‌ର  ଅଲ୍ ନାହରରେ ୧୯୬୪ମସିହାରେ ଜନ୍ମିତ ସଫିଦ୍ଦିନ ୧୯୯୦ ଦଶକରେ ଇରାନରୁ ବେରୁତକୁ ଫେରିଥିଲା।  ତାକୁ ନସ୍‌ରଲ୍ଲାର ଉତ୍ତରାଧିକାରୀ ଭାବେ ବାଛିବା ପଛରେ ଇରାନର  ହାତ ରହିଛି। ୨୦୧୭ରେ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷଣା ହୋଇଥିବା ସଫିଦ୍ଦିନ ହିଜବୁଲ୍ଲାର ରାଜନୈତିକ ବ୍ୟାପାର ମଧ୍ୟ ତଦାରଖ କରୁଥିଲା ଏବଂ ସେ ଜିହାଦ କାଉନ୍‌ସିଲର ସଦସ୍ୟ।  ସିରିୟା ସରକାରକୁ ସମର୍ଥନ କରି ଭୀଷଣ ରକ୍ତପାତ ଘଟାଇଥିବାରୁ ସାଉଦି ଆରବ ସଫିଦ୍ଦିନକୁ କଳା ତାଲିକାଭୁକ୍ତ କରିଥିଲା।   

ଇରାନ୍‌ ଗୁପ୍ତଚରଙ୍କ ସୂଚନା ପାଇଁ ନସ୍‌ରଲ୍ଲା ନିପାତ ହେଲା
ବେରୁତ: ହେଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲା ଏବଂ ଏହାର କେତେକ ଶୀର୍ଷ କମାଣ୍ଡର ଲେବାନନ୍‌ ସ୍ଥିତ ସଂଗଠନର ମୁଖ୍ୟାଳୟରେ ନିହତ ହେବା ପଛରେ ଇରାନର ଜଣେ ଗୁପ୍ତଚରଙ୍କ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ସୂଚନା ମୁଖ୍ୟ ଭୂମିକା ନେଇଥିଲା। ନସ୍‌ରଲ୍ଲା ଓ ହେଜବୁଲ୍ଲାର ଅନ୍ୟ ନେତାଙ୍କ ଉପସ୍ଥିତି ନେଇ ଇରାନର ଏକ ଗୁଇନ୍ଦା ସୂଚନା  ଇସ୍ରାଏଲ ହାସଲ କରିବା ପରେ  ବେରୁତରେ  ମାରାତ୍ମକ ଏୟାର ଷ୍ଟ୍ରାଇକ୍ କରିବାକୁ ପଦକ୍ଷେପ ନିଆଯାଇଥିଲା। ଶନିବାର ଅପରାହ୍ନରେ   ଇସ୍ରାଏଲ ଅଧିକାରୀଙ୍କୁ ନସ୍‌ରଲ୍ଲାର ସଠିକ୍‌ ଅବସ୍ଥିତି ସଂପର୍କରେ  ସୂଚନା ମିଳିଥିଲା। ଫ୍ରାନ୍ସର ଖବରକାଗଜ ‘ଲି ପ୍ୟାରିସିଅନ୍’ ଅନୁଯାୟୀ, ଲେବାନନ୍‌ର ରାଜଧାନୀ ବେରୁତରେ  ନିହତ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ଇସ୍ରାଏଲ କର୍ତ୍ତୃପକ୍ଷ ତା’ର ଉପସ୍ଥିତି ସଂପର୍କରେ ସୁରାକ୍‌ ପାଇଥିଲେ। ଜଣେ ଇରାନୀ ଗୁପ୍ତଚର  ସୂଚନା ପ୍ରଦାନ କରିଥିଲେ ଯେ ନସ୍‌ରଲ୍ଲା ବେରୁତର ଦକ୍ଷିଣ ଉପକଣ୍ଠରେ ଥିବା ହିଜବୁଲ୍ଲାର ଭୂତଳ ମୁଖ୍ୟାଳୟରେ ଉପସ୍ଥିତ ରହିବ ଏବଂ ଏକ ବୈଠକରେ ସାମିଲ ହେବ।  ଏହି ସୂଚନା ପାଇବା ମାତ୍ରେ ଇସ୍ରାଏଲ ହେଜବୁଲ୍ଲା ମୁଖ୍ୟାଳୟ ଏବଂ ଏହା ସଂଲଗ୍ନ ହେଜବୁଲ୍ଲାର କମାଣ୍ଡ ସେଣ୍ଟର ଓ ଆବାସିକ ସ୍ଥଳକୁ ଟାର୍ଗେଟ୍‌ କରିବା ପାଇଁ ପ୍ରସ୍ତୁତ ହୋଇଥିଲା। ଦୁଇଟି ଶକ୍ତିଶାଳୀ କ୍ଷେପଣାସ୍ତ୍ର ସହ ୮୦ ଟନ୍‌ ବଙ୍କର ବିଧ୍ବଂସୀ ବୋମା ବ୍ୟବହାର କରି ଇସ୍ରାଏଲ ହେଜବୁଲ୍ଲାର ମୁଖ୍ୟ କ୍ୟାମ୍ପ୍‌ସକୁ ଧ୍ବସ୍ତ କରିଦେଇଥିଲା। ଏ ପର୍ଯ୍ୟନ୍ତ ନସ୍‌ରଲ୍ଲା ସମେତ ମୋଟ ୩୩ ଜଣଙ୍କ ଶବ ଉଦ୍ଧାର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe