ତାଲିବାନର ମୁକାବିଲା ପାଇଁ ଭାରତୀୟ ସୁରକ୍ଷା ବାହିନୀର ନୂଆ ରଣନୀତି

Advertisment

ବିଏସ୍‌ଏଫ୍‌, ଏସ୍‌ଏସ୍‌ବି ଏବଂ ସିଆର୍‌ପିଏଫ୍‌ ଯବାନଙ୍କୁ ସ୍ବତନ୍ତ୍ର ତାଲିମ

ବିଏସ୍‌ଏଫ୍‌, ଏସ୍‌ଏସ୍‌ବି ଏବଂ ସିଆର୍‌ପିଏଫ୍‌ ଯବାନଙ୍କୁ ସ୍ବତନ୍ତ୍ର ତାଲିମ

 ‘ଅଗ୍ନିପଥ’ ସଂପର୍କରେ ମିଥ୍ୟା ପ୍ରଚାର ଅଭିଯୋଗ : ୩୫ଟି ହ୍ବାଟ୍ସଆପ ଗ୍ରୁପ ନିଷିଦ୍ଧ, ୧୦ ଗିରଫ

India Today

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରଠାରୁ ଭାରତ ପ୍ରତି ବିପଦ ଆଶଙ୍କା ବଢ଼ିଛି। ପାକିସ୍ତାନଠାରୁ ସମସ୍ତ ସାମରିକ ଓ ଗୁଇନ୍ଦା ସହାୟତା ହାସଲ କରୁଥିବା ତାଲିବାନ ଭବିଷ୍ୟତରେ କାଶ୍ମୀରକୁ ନେଇ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟି ରଖି ବିଏସ୍‌ଏଫ୍‌, ଏସ୍‌ଏସ୍‌ବି ଏବଂ ସିଆର୍‌ପିଏଫ୍‌ ଯବାନ ସ୍ବତନ୍ତ୍ର ତାଲିମ ନେବେ। ତାଲିବାନ ଆତଙ୍କବାଦୀମାନଙ୍କ ରଣନୀତିକୁ ବୁଝିବା ଏବଂ ସମସ୍ତ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ସୁରକ୍ଷା ବାହିନୀକୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ। ଏହା ସହିତ ଅନୁପ୍ରବେଶ ରୋକିବା ପାଇଁ ସୀମାରେ ଯଥେଷ୍ଟ ସତର୍କତା ଅବଲମ୍ବନ କରଯିବଏବଂ ଏଥିପାଇଁ ବୈଷୟିକ ଜ୍ଞାନକୌଶଳର ଅଧିକ ଉପଯୋଗ ହେବ ।

ଅଲ୍‌କାଏଦା ଆତଙ୍କବାଦୀ ସଂଗଠନ ତାଲିବାନକୁ କାଶ୍ମୀରରେ ଅଧିକ ସକ୍ରିୟ ହେବାକୁ ଆହ୍ବାନ ଦେବାପରେ ଭାରତ ଏହାକୁ ଗମ୍ଭୀରତାର ସହ ନେଇଛି। ତାଲିବାନ ପ୍ରବକ୍ତା କାଶ୍ମୀରରେ ମୁସଲିମ୍‌ଙ୍କ ପାଇଁ ସ୍ବର ଉତ୍ତୋଳନ କରାଯିବ ବୋଲି ବୟାନ ଦେଇଥିବା ବେଳେ ନିକଟରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ମୁଖ୍ୟ କାବୁଲ ଗସ୍ତ କରି ତାଲିବାନ ନେତାଙ୍କ ସହ ବୈଠକ କରିଥିବାରୁ ଆଗକୁ ଭାରତ ଏହା ଉପରେ ସତର୍କ ନଜର ରଖିଛି। କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାଲିଥିବା ଅଭିଯାନ ଆଗକୁ ଆହୁରି ବ୍ୟାପକ ହେବ ଏବଂ କୌଣସି ଅନୁପ୍ରବେଶକାରୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି ଭାରତୀୟ ସେନା ମଧ୍ୟ ସତର୍କ କରାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe