ଚାଷୀ ଆନ୍ଦୋଳନ ଉପରେ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି: ୪ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

ଚାଷୀ ଆନ୍ଦୋଳନ ଉପରେ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି

ଚାଷୀ ଆନ୍ଦୋଳନ ଉପରେ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆରସି: ୪ ରାଜ୍ୟ ଓ କେନ୍ଦ୍ରକୁ ନୋଟିସ୍‌

Legit News

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବରରୁ ଚାଲିଥିବା ଚାଷୀ ଆନ୍ଦୋଳନ ସଂପର୍କରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ରିପୋର୍ଟ ମାଗିଛି। ଏଥିପାଇଁ ଏନଏଚଆରସି ପକ୍ଷରୁ ୪ଟି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଆୟୋଗ ପକ୍ଷରୁ ନୋଟିସ ପଠାଯାଇଥିବା ୪ ରାଜ୍ୟ ହେଲେ ଉତ୍ତର ପ୍ରଦେଶ, ଦିଲ୍ଲୀ, ପଞ୍ଜାବ ଓ ହରିୟାଣା। ଆନ୍ଦୋଳନ ସଂପର୍କରେ ଆୟୋଗକୁ ଏକାଧିକ ଅଭିଯୋଗ ମିଳିଛି। ଆନ୍ଦୋଳନ ଫଳରେ ଅତିକମ୍‌ରେ ୯ ହଜାର ଅଣୁ, କ୍ଷୁଦ୍ର ଏଂବ ବୃହତ୍ କମ୍ପାନି କ୍ଷତି ସହୁଥିବା ଦାବି ହେଉଛି। ଟ୍ରାଫିକ ମଧ୍ୟ ବାଧାପ୍ରାପ୍ତ ହେଉଛି। ଲୋକମା‌ନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବହୁ ଦୂର ବାଟ ଦେଇ ଯାତ୍ରା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏନଏଚଆରସି ପକ୍ଷରୁ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀର ମୁଖ୍ୟ ସଚିବ ଉତ୍ତର ପ୍ରଦେଶ, ହରିୟାଣ ଏବଂ ରାଜସ୍ଥାନର ପୁଲିସ ଡିଜି ଏବଂ ଦିଲ୍ଲୀ ପୁଲିସ କମିସନରଙ୍କୁ ନୋଟିସ ପଠାଯାଇ ସେମାନଙ୍କ ଠାରୁ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ ରିପୋର୍ଟ ମଗାଯାଇଛି।

ଏଥିସହିତ ଶିଳ୍ପ ଏବଂ ବାଣିଜ୍ୟିକ କାର୍ଯ୍ୟ ଉପରେ ଚାଷୀ ଆନ୍ଦୋଳନର ପ୍ରଭାବ କେତେ ରହିଛି ତାହା ଅନୁଧ୍ୟାନ କରି ଅକ୍ଟୋବର ୧୦ ତାରିଖ ସୁଦ୍ଧା ଜଣାଇବାକୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଚାଷୀ ଆନ୍ଦୋଳନର ବିଭିନ୍ନ ପ୍ରକାର ପ୍ରତିକୂଳ ପ୍ରଭାବ ସଂପର୍କରେ ରିପୋର୍ଟ ଦେବାପାଇଁ ଏନଡିଏମଏ, ଗୃହ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ କୁହାଯାଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଦିଲ୍ଲୀ ସ୍କୁଲ ଅଫ୍ ସୋସିଆଲ ୱାର୍କକୁ ମଧ୍ୟ ଏକ ସର୍ଭେ କରି ଜୀବିକା, ଜୀବନ ଉପରେ ଚାଷୀ ଆନ୍ଦୋଳନର କ’ଣ ପ୍ରଭାବ ରହିଛି ତାହାର ରିପୋର୍ଟ ଦାଖଲ କରିବା ପାଇଁ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe