Delhi Blast : ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଆଉ ୪ ଡାକ୍ତର ଗିରଫ

ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ହୋଇଥିବା ବିସ୍ଫୋରଣ ଘଟଣାରେ NIA ଚାରି ଜଣ ନୂତନ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଚାରି ଜଣ ବିସ୍ଫୋରଣରେ ବ୍ୟବହୃତ ହ୍ୟୁଣ୍ଡାଇ i20 କାର ବ୍ୟବସ୍ଥା କରିଥିଲେ ଏବଂ ସୁରକ୍ଷିତ ଭାବରେ ହସ୍ତାନ୍ତର କରିଥିଲେ।

delhi blast

4 arrested in delhi blast case

ନୂଆଦିଲ୍ଲୀ : ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ହୋଇଥିବା ବିସ୍ଫୋରଣ ଘଟଣାରେ NIA ଚାରି ଜଣ ନୂତନ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଚାରି ଜଣ ବିସ୍ଫୋରଣରେ ବ୍ୟବହୃତ ହ୍ୟୁଣ୍ଡାଇ i20 କାର ବ୍ୟବସ୍ଥା କରିଥିଲେ ଏବଂ ସୁରକ୍ଷିତ ଭାବରେ ହସ୍ତାନ୍ତର କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ଚାରି ଜଣ ହେଉଛନ୍ତି ଡାକ୍ତର ଏବଂ ସେମାନଙ୍କ ମଧ୍ୟରୁ ଜଣେ ମୁଫତି ଭାବେ ବି କାମ କରୁଥିଲେ। 

ଏ ସମସ୍ତଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ପୁଲୱାମାରୁ ଡକ୍ଟର ମୁଜାମ୍ମିଲ ଶକିଲ ଗଣାଇ, ଅନନ୍ତନାଗରୁ ଡକ୍ଟର ଆଦିଲ ଅହମ୍ମଦ ରାଥର, ଲକ୍ଷ୍ନୌରୁ ଡକ୍ଟର ଶାହିନା ସଇଦ ଏବଂ ଶୋପିଆନରୁ ମୁଫତି ଇରଫାନ ଅହମ୍ମଦଙ୍କୁ ଗିରଫ କରାଯାଇଛି । ସେମାନେ ଏହି ବିସ୍ଫୋରଣ ଓ ଅନ୍ୟ ଷଡ଼ଯନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଷଡ଼ଯନ୍ତ୍ରର ମୁଖ୍ୟ ରଣନୈତିକ ଟିମ୍ 

ଏନଆଇଏ ଅନୁସାରେ ଏହି ଚାରି ଜଣ ଷଡ଼ନ୍ତ୍ରର ପ୍ରମୁଖ ରଣନୈତିକ ଟିମ ଥିଲେ । ସେମାନେ i20 କାର ହାସଲ କରିବା, ବ୍ୟବହାର ପାଇଁ ପ୍ରସ୍ତୁତ କରିବା ଏବଂ ମଡ୍ୟୁଲ ନିକଟକୁ ପହଞ୍ଚାଇବାର ମୁଖ୍ୟ କାର୍ଯ୍ୟ ପରିଚାଳନା କରିଥିଲେ। ସେମାନେ ମଧ୍ୟ କାରର ରୁଟ ପ୍ଲାନିଂ କରିଥିଲେ । ଏପରିକି କେଉଁ ରାସ୍ତାରେ ଦିଲ୍ଲୀ ଆସିଲେ ତାହା ସୁରକ୍ଷିତ ରହିବ ଓ ବାଟରେ କେଉଁ ସ୍ଥାନରେ କେତେ ସମୟ ଅଟକିବ ତାହା ସେମାନେ ନିର୍ଦ୍ଧାରଣ କରିଥିଲେ ।

ଆହୁରି ପଢ଼ନ୍ତୁ: Kanpur Girl Bite: ବିବାହିତ ହୋଇ ବି ଯୁବତୀଙ୍କୁ ଜବରଦସ୍ତ ଚୁମ୍ବନ କଲେ ଯୁବକ, ଜିଭ କାଟିଦେଲେ ପୀଡ଼ିତା

ପୂର୍ବରୁ, NIA ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ପ୍ରଥମ ହେଉଛି ଆମିର ରସିଦ ଅଲି, ଯାହା ନାମରେ କାରଟି ପଞ୍ଜିକୃତ ହୋଇଥିଲା। ଏହାପରେ NIA ଜସିର ବିଲାଲ ୱାନି, ଓରଫ ଦାନିଶକୁ ଗିରଫ କରିଥିଲା, ଯିଏ ବିସ୍ଫୋରକର ବୈଷୟିକ ସେଟଅପ ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏବେ କାର୍ ବ୍ୟବସ୍ଥା କରିଥିବା ଏହି ଚାରିଜଣ ଡାକ୍ତର ଗିରଫ ହେବା ପରେ ଏହି ମାମଲାରେ ଏନଆଇଏ ଏକ ବଡ଼ ସଫଳତା ହାସଲ କରିଛି । 

ଅଧିକପଢ଼ନ୍ତୁ:ନେପାଳର ବାରା ଜିଲ୍ଲାରେ ଜେନ୍–ଜି ପ୍ରତିବାଦକାରୀ ଓ UML କର୍ମୀଙ୍କ ମଧ୍ୟରେ ସଂଘର୍ଷ, କର୍ଫ୍ୟୁ ଲାଗୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe