ସେପ୍ଟେମ୍ବରରେ ଆସିବ କୋଭୋଭାକ୍ସ ଟିକା: ପୁନାଓ୍ୱାଲା

Advertisment
ସେପ୍ଟେମ୍ବରରେ ନୋଭାଭାକ୍ସ ଟିକା ମିଳିଯିବ

Moneycontrol

ନୂଆଦିଲ୍ଲୀ: ଆମେରିକୀୟ ଭେଷଜ କମ୍ପାନି ନୋଭାଭାକ୍ସ ଦ୍ବାରା ବିକଶିତ କୋଭିଡ୍‌ ଟିକା କୋଭୋଭାକ୍ସର ନୈଦାନିକ ପରୀକ୍ଷଣ ଭାରତରେ ଆରମ୍ଭ ହୋଇଛି ବୋଲି ବିଶ୍ବର ବୃହତ୍ତମ ଟିକାନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଏହାର ବ୍ୟବହାର ଉପଯୋଗୀ ସଂସ୍କରଣ ଭାରତରେ ଉପଲବ୍‌ଧ ହୋଇପାରିବ ବୋଲି ସିରମ୍‌ର ସିଇଓ ଆଦର ପୁନାଵାଲା ଆଶା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ୟୁକେରେ ଏହି ଟିକାର ନୈଦାନିକ ପରୀକ୍ଷଣରୁ ୮୯.୩ ପ୍ରତିଶତ ନିରାପଦତା ପ୍ରମାଣିତ ହେବା ସହ ଆଫ୍ରିକା ଓ ୟୁକେ ପ୍ରଜାତିର ନୂତନ ରୂପାନ୍ତରିତ କରୋନାଭୂତାଣୁ ସଂକ୍ରମଣ ବିରୋଧରେ ମଧ୍ୟ ଫଳପ୍ରଦ ଥିବା ଜଣାଯାଇଛି। ତେବେ ନୋଭାଭାକ୍ସ କମ୍ପାନି ସହଭାଗିତାରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଭାରତରେ ପ୍ରସ୍ତୁତ କରୁଥିବା ଉକ୍ତ ଟିକା ଆଗାମୀ ଜୁନ୍‌ ବେଳକୁ ଏହା ଉପଲବ୍‌ଧ ହେବ ବୋଲି ଆଗରୁ ପୁନାଵାଲା ଆଶା ରଖିଥିଲେ। କୋଭିସିଲ୍‌ଡ୍‌ ପରେ ଦ୍ବିତୀୟ ଟିକା ଭାବେ ସିରମ୍‌ ପକ୍ଷରୁ କୋଭୋଭାକ୍ସର ନୈଦାନିକ ପରୀକ୍ଷଣ ଭାରତରେ ଏବେ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe