ଦେଶରେ ଦୈନିକ ସଂକ୍ରମଣ ହଜାରେ ଟପିଲା: ନଏଡ଼ାରେ ପୁଣି ୧୦ ଛାତ୍ର ସଂକ୍ରମିତ

Advertisment

ଦିଲ୍ଲୀରେ ଦୈନିକ ସଂକ୍ରମଣ ମାମଲାରେ ୫୦% ବୃଦ୍ଧି

ଦିଲ୍ଲୀରେ ଦୈନିକ ସଂକ୍ରମଣ ମାମଲାରେ ୫୦% ବୃଦ୍ଧି

ଆଜି ବି ହଜାରେ ଉପରେ ରାଜ୍ୟରେ ଦୈନିକ ସଂକ୍ରମଣ, ୧୨୨ ଜଣ ୧୮ ବର୍ଷରୁ କମ୍ ବୟସର

YouTube

ନଏଡ଼ା: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ଆଉ ୧୦ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ୍‌ ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ୨୦ରୁ ଅଧିକ ରହିଛି। ଗୌତମ ବୁଦ୍ଧ ନଗର ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ମଙ୍ଗଳବାର ସକାଳଠାରୁ ଏଯାବତ ଗୌତମ ବୁଦ୍ଧ ନଗରରେ ୩୩ ଜଣ ସଂକ୍ରମିତ ହୋଇଛନ୍ତି। ଜିଲ୍ଲାରେ ମୋଟ୍‌ ସକ୍ରିୟ ମାମଲା ୯୦ରେ ପହଞ୍ଚିଛି। ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ଲହରକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଅନ୍ୟପକ୍ଷେ ଆଜି ଦେଶରେ ୧,୦୮୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୮,୦୧୬ରେ ପହଞ୍ଚିଥିବାବେଳେ ସକ୍ରିୟ ମାମଲା ୧୦,୮୭୦କୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ୨୬ କରୋନା ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୧,୭୩୬ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୩ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୨୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୨୪ ପ୍ରତିଶତ ରହିଛି। ମୋଟ୍‌ ୪,୨୫,୦୫,୪୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ମୃତ୍ୟୁହାର ହେଉଛି ୧.୨୧ ପ୍ରତିଶତ।

ଦିଲ୍ଲୀରେ ବୁଧବାର ଦିନ ୨୯୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦିଲ୍ଲୀ ସଂକ୍ରମଣ ମାମଲାରେ ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀରେ ଗତ ସପ୍ତାହଠାରୁ ସଂକ୍ରମଣ ବଢ଼ୁଛି। ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଯେପର୍ଯ୍ୟନ୍ତ କୌଣସି ନୂଆ‌ ପ୍ରଜାତି ଚିହ୍ନଟ ହୋଇନି ସେପର୍ଯ୍ୟନ୍ତ ଚିନ୍ତା କରିବାର କିଛି କାରଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe