ସଂକ୍ରମଣ କୋଟିଏ ୧ ଲକ୍ଷ ଟପିଲା, ୨୪ ହଜାର ନୂଆ ସଂକ୍ରମଣ

Advertisment
ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ୭୨ଲକ୍ଷ ଟପିଲା

Oneindia

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ କୋଟିଏ ୧ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୨୪,୭୧୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୩୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଏବେ ମୋଟ୍‌ ସଂକ୍ରମଣ ସଂଖ୍ୟା ୧୦,୧୨୩,୭୭୮ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୧,୪୬,୭୫୬ ରହିଛି। ଦେଶରେ ଏବେ ୨,୮୩,୮୪୯ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୨.୮ ପ୍ରତିଶତ। ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଛି। ଗତ ୧୧ ଦିନ ଧରି ଦେଶରେ ଦୈନିକ ନୂଆ‌ ମାମଲା ୩୦ ହଜାରରୁ କମ୍‌ ରହୁଛି। ‌ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୯୭ ଲକ୍ଷ ନିକଟତର‌ ‌ହୋଇଛି। ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୭୯.୫୬ ପ୍ରତିଶତ ନୂଆ ଆରୋଗ୍ୟ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୭,୬୨୦ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ କେରଳରେ ୪,୮୦୮, ପଶ୍ଚିମବଙ୍ଗରେ ୨,୧୫୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ୭୬.୪୮ ପ୍ରତିଶତ ନୂଆ ମାମଲା ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି। କେରଳରୁ ସର୍ବାଧିକ ୬,୧୬୯ ନୂଆ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe