ଦେଶରେ ସଂକ୍ରମଣ ୬୩ ଲକ୍ଷ ଟପିଲା, ୮୬ ହଜାରରୁ ଅଧିକ ନୂଆ ମାମଲା

Advertisment
ରାଜଧାନୀରେ ଏବେ ଅଜବ ପ୍ରକାରର ଚାଲିଛି କରୋନା ମୁକାବିଲା : ଡାକ୍ତର ଆୟୁର୍ବେଦିକ, ଔଷଧ ଏଲୋପାଥିକ

INDIANFLIPBOARD

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଆଜି ୬୩ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬ ହଜାର ୮୨୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୮୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୬୩ ଲକ୍ଷ ୧୨ ହଜାର ୫୮୫ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ମଧ୍ୟ ୯୮ ହଜାର ୬୭୮ ରହିଛି। ସେହିପରି ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୭୦୫ ରହିଛି। ମୋଟ୍‌ ୫୨ ଲକ୍ଷ ୭୩ ହଜାର ୨୦୨ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ଆରୋଗ୍ୟ ହାର ୮୩.୫୩ ପ୍ରତିଶତକୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ର ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ। ମହାରାଷ୍ଟ୍ରରେ ମୋଟ୍‌ ୨ ଲକ୍ଷ ୫୯ ହଜାର ୪୬୨ ସକ୍ରିୟ ମାମଲା ଥିବାବେଳେ ୧୦ ଲକ୍ଷ ୮୮ ହଜାର ୩୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କେବଳ ମହାରାଷ୍ଟ୍ରରେ ୩୬ ହଜାର ୬୬୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ୧ ଲକ୍ଷ ୭ ହଜାର ୬୩୫ ସକ୍ରିୟ ମାମଲା ରହିଛି। କର୍ଣ୍ଣାଟକରେ ୪ ଲକ୍ଷ ୮୫ ହଜାର ୨୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ମୋଟ୍‌ ୭ କୋଟି ୫୬ ଲକ୍ଷ ୧୯ ହଜାର ୭୮୧ ନମୁନା ପରୀକ୍ଷା ହୋଇଛି। ବୁଧବାର କେବଳ ୧୪ ଲକ୍ଷ ୨୩ ହଜାର ୫୨ଟି ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe