ଦେଶରେ ସଂକ୍ରମଣ ୬୦ ଲକ୍ଷ ଛୁଇଁବ, ଆରୋଗ୍ୟଙ୍କ ସଂଖ୍ୟା ୪୯ ଲକ୍ଷ ଟପିଲା

ଦେଶରେ ସଂକ୍ରମଣ ୬୦ ଲକ୍ଷ ଛୁଇଁବ, ଆରୋଗ୍ୟଙ୍କ ସଂଖ୍ୟା ୪୯ ଲକ୍ଷ ଟପିଲା

The Indian Express

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୬୦ ଲକ୍ଷରେ ପହଞ୍ଚିବ। ଗତ ୨୪ ଘଣ୍ଟା ମଧ୍ୟରେ ୮୮,୬୦୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୪୯ ଲକ୍ଷ ଟପିଯାଇଛି। ଦେଶରେ ଆରୋଗ୍ୟ ହାର ୮୨.୪୬ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୫୯ ଲକ୍ଷ ୯୨ ହଜାର ୫୩୨ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୯୪ ହଜାର ୫୦୩କୁ ବୃଦ୍ଧି ପାଇଛି। ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା‌ ୪୯ ଲକ୍ଷ ୪୧ ହଜାର ୬୨୭କୁ ବୃଦ୍ଧି ପାଇଛି।

ତେବେ ସକ୍ରିୟ ମାମଲା ୯ ଲକ୍ଷ ୫୬ ହଜାର ୪୦୨ ରହିଛି। ଅନ୍ୟପକ୍ଷେ ମୃତ୍ୟୁହାର ୧.୫୮ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଏଯାବତ୍‌ ମୋଟ୍‌ ୭ କୋଟି ୧୨ ଲକ୍ଷ ୫୭ ହଜାର ୮୩୬ ନମୁନା ପରୀକ୍ଷା ହୋଇଛି। ଗତକାଲି ୯ ଲକ୍ଷ ୮୭ ହଜାର ୮୬୧ ନମୁନା ପରୀକ୍ଷା ହୋଇଥିଲା। ଗତ ୨୪ ଘଣ୍ଟା‌ ମଧ୍ୟରେ ଦେଶରେ ୯୨ ହଜାର ୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଏହି ନୂଆ ଆରୋଗ୍ୟ ମାମଲାର ୭୬ ପ୍ରତିଶତ ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩ ହଜାରରୁ ଅଧିକ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe