ଆକ୍ରାନ୍ତଙ୍କଠାରୁ ପୁଣି ଆରୋଗ୍ୟଙ୍କ ସଂଖ୍ୟା ଅଧିକ, କୋଭିଡ୍ ହସ୍ପିଟାଲ ଯାଞ୍ଚ ପାଇଁ ଗଠନ ହେଲା କମିଟି

ଲକ୍‌ଡାଉନ୍‌ର ୬ ମାସ ପରେ କୋଭିଡ୍‌ ସଙ୍କଟ ଜଟିଳ

Image Courtesy of NDTV

ନୂଆଦିଲ୍ଲୀ: ଲଗାତାର ଦ୍ବିତୀୟ ଦିନ ପାଇଁ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ସଂକ୍ରମିତଙ୍କଠାରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨ ହଜାର ୬୦୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୯୪ ହଜାର ୬୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୫୪ ଲକ୍ଷ ଟପି ୫୪ ଲକ୍ଷ ୬୨୦ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ୧୧୩୩ ଜଣଙ୍କ କରୋନାରେ ମୃତ୍ୟୁ ହେବାଫଳରେ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୮୬ ହଜାର ୭୫୨କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ୧୦ ଲକ୍ଷ ୧୦ ହଜାର ୮୨୪ ରହିଛି। ଅଗଷ୍ଟ ମାସ ଆରମ୍ଭରୁ ଦେଶରେ ଦୈନିକ ସଂକ୍ରମଣ ବଢ଼ିଚାଲିଛି। ଅଗଷ୍ଟରେ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାରରୁ ଅଧିକ ରହିଲା।

ତେବେ ସେପ୍ଟେମ୍ବର ୬ ପରଠାରୁ ଦୈନିକ ସଂକ୍ରମଣ ୯୦ ହଜାରରୁ ଅଧିକ ରହିଛି। ଦେଶରେ ମୋଟ୍‌ ୪୩ ଲକ୍ଷ ୩ ହଜାର ୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୮.୭୨ ପ୍ରତିଶତ। ବିଶ୍ବରେ ଦ୍ବିତୀୟ ପ୍ରଭାବିତ ରାଷ୍ଟ୍ର ଭାବେ ଆମେରିକା ପରେ ଭାରତ‌ରେ ସର୍ବାଧିକ ସଂକ୍ରମଣ ମାମଲା ଥିବାବେ‌ଳେ ଆଉ କିଛିଦିନ ପରେ ଭାରତ ଆମେରିକାକୁ ଟପି ସଂକ୍ରମଣର ଶୀର୍ଷରେ ପହଞ୍ଚିବ। ଅନ୍ୟପକ୍ଷେ ଦେଶରେ ମୃତ୍ୟୁହାର ୧.୬୧ ପ୍ରତିଶତକୁ କମିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରେକର୍ଡ ୧୨ ଲକ୍ଷ କୋଭିଡ୍‌ ଟେଷ୍ଟ୍‌ କରାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ଏଯାବତ୍‌ ଦେଶରେ ୬.୩୭ କୋଟି ନମୁନା ପରୀକ୍ଷା ହୋଇଛି। ଦେଶରେ କୋଭିଡ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଏଥିପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ ହୋଇଛି। ସରକାରୀ ଓ ବେସରକାରୀ କୋଭିଡ ହସ୍ପିଟାଲଗୁଡ଼ିକର ଯାଞ୍ଚ କରିବା ସହିତ ଆବଶ୍ୟକ ପରାମର୍ଶ ଏହି ବିଶେଷଜ୍ଞ କମିଟି ଦେବ ବୋଲି ଆଜି ରାଜ୍ୟସଭାରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe