୨ ମହିଳା ଜଣେ ପୁରୁଷକୁ ବାହାହେବାକୁ ଚାହିଁବାରୁ ପଞ୍ଚାୟତ ଟସ୍ ପକାଇଲା

Advertisment
୨ ମହିଳା ଜଣେ ପୁରୁଷକୁ ବାହାହେବାକୁ ଚାହିଁବାରୁ ପଞ୍ଚାୟତ ଟସ୍ ପକାଇଲା

ହାସାନ: ତ୍ରିକୋଣୀୟ ପ୍ରେମ, ଜଣେ ପ୍ରେମିକକୁ ଦୁଇ ପ୍ରେମିକା। ଶେଷକୁ କଥା ପହଞ୍ଚିଲା ପଞ୍ଚାୟତରେ। ପଞ୍ଚାୟତ ଏକ କଏନ ଟସ୍ ପକାଇ ସମସ୍ୟାର ସମାଧାନ କଲା। ଏପରି ଘଟଣା ଘଟିଛି କର୍ଣ୍ଣାଟକର ହାସାସ ଜିଲ୍ଲା ଅନ୍ତର୍ଗତ ସାକ୍ଳେଶପୁର ତାଲୁକରେ। ସୂଚନା ଅନୁଯାୟୀ, ସାକ୍ଳେଶ ଗାଁର ଜଣେ ୨୭ ବର୍ଷୀୟ ଯୁବକ ଦୁଇଜଣ ଝିଅଙ୍କ ସହ ମିଳାମିଶା କରୁଥିଲେ। ଝିଅମାନେ କିନ୍ତୁ ଉଭୟେ ଜଣେ ପୁଅକୁ ଭଲ ପାଉଥିବା ବିଷୟରେ ଜାଣି ନ ଥିଲେ। ଜଣାପଡ଼ିଲା ପରେ ସେମାନେ ଆସି ପୁଅ ଘରେ ହାଜର ହେଲେ ଏବଂ ଉଭୟ ଝିଅ ସେ ପୁଅକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ। ପୁଅଘର ଲୋକ ପ୍ରଥମ ଝିଅକୁ ପ୍ରଥମେ ନାପସନ୍ଦ କରିବାରୁ ଝିଅଟି ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାଗ୍ୟକୁ ବଞ୍ଚିଗଲା। ଶେଷକୁ ପଞ୍ଚାୟତ ନିଷ୍ପତ୍ତି ନେଲା ସେମାନେ ଟସ୍ ପକାଇବେ। ଯେଉଁ ଝିଅ ଟସ୍‌ରେ ଜିତିବ ପୁଅଟି ସହ ସେ ହିଁ ବିବାହ କରିବ। ଏହି କଥାରେ ଉଭୟ ପରିବାର ରାଜି ହେବାରୁ ଟସ୍ ପଡ଼ିଲା। ପ୍ରଥମ ଝିଅଟି ସପକ୍ଷରେ ଟସ୍ ପଡ଼ିବାରୁ ତା’ ସହ ବାହାଘର ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe