ବିଧାନସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକର ମାଗଣା ଦାନ ପ୍ରତିଶ୍ରୁତି: କେନ୍ଦ୍ର ଓ ନିର୍ବାଚନ ଆୟୋଗଠାରୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଖୋଲାଖୋଲି ଅବମାନନା: ରାଜ୍ୟ ସରକାର ନିଯୁକ୍ତ କଲେ ନାହିଁ ସ୍ଵତନ୍ତ୍ର ଭିନ୍ନକ୍ଷମ କମିଶନର

Image Courtesy of The Financial Express

ନୂଆଦିଲ୍ଲୀ: ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମନଇଚ୍ଛା ‘ହାତୀ ଦେବି, ଘୋଡ଼ା ଦେବି’ ଭଳି ନାନା ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। ଅନେକ ରାଜ୍ୟ ଋଣଭାରରେ ବୁଡ଼ିଥିବା ବେଳେ ଏହାଦ୍ବାରା ରାଜ୍ୟ ରାଜକୋଷଗୁଡ଼ିକ ଉପରେ ବିରାଟ ବୋଝ ପଡ଼ିବ। ତେଣୁ ରାଜନୈତିକ ଦଳଗୁଡ଼ିକୁ ଏପରି ଘୋଷଣା କରିବାରୁ ନିବର୍ତ୍ତାଇବା ଲାଗି ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ସୁପ୍ରିମ୍‌କୋର୍ଟ ଏହା ଉପରେ ଉତ୍ତର ଦେବା ପାଇଁ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମଣା ଏବଂ ଜଷ୍ଟିସ୍ ଏଏସ୍ ବୋପାନ୍ନା ଓ ହିମା କୋହଲିଙ୍କ ଖଣ୍ଡପୀଠ ଆଡ୍‌ଭୋକେଟ୍ ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ।

ଉପାଧ୍ୟାୟଙ୍କ ଓକିଲ ବିକାଶ ସିଂହଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସିଂହ କହିଥିଲେ ଯେ କେତେକ ରାଜ୍ୟରେ ମୁଣ୍ଡ ପିଛା ଋଣ ବୋଝ ହେଉଛି ୩ ଲକ୍ଷ ଟଙ୍କାରୁ ଅଧିକ। ଏପରି ସ୍ଥିତିରେ ଆହୁରି ମାଗଣା ବାଣ୍ଟିବା ପାଇଁ ପ୍ରତିଶ୍ରୁତି ରାଜ୍ୟଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ। ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ଦଳଗୁଡ଼ିକ ଜିତିଲେ ମାଗଣା ପାଣି ଦେବୁ, ମାଗଣା ବିଜୁଳି ଦେବୁ, ମାଗଣା ଚିକିତ୍ସା ଯୋଗାଇବୁ, ମହିଳାଙ୍କୁ ମାସିକ ଭତ୍ତା ଦେବୁ- ଏମିତି କେତେ କ’ଣ ପ୍ରତିଶ୍ରୁତି ଦେଇ ସାରିଲେଣି, ଯାହା ଭୋଟରମାନଙ୍କୁ ପ୍ରଭାବିତ କରିବା ସହ ରାଜ୍ୟ ରାଜକୋଷଗୁଡ଼ିକୁ ଖୋଳ କରିଦେବାରେ ସହାୟକ ହେବ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe