ଦଳ କାହାକୁ ପ୍ରାର୍ଥୀ କରିନି: ନିର୍ବାଚନ ଅଧିକାରୀ

Advertisment
କଂଗ୍ରେସ ସଭାପତି ନିର୍ବାଚନ: ତ୍ରିମୁଖୀ ଲଢ଼େଇରେ ଖଡ଼ଗେ-ଥରୁର-ତ୍ରିପାଠୀ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଶଶି ଥରୁର ଏବଂ କେଏନ୍‌ ତ୍ରିପାଠୀ ଶୁକ୍ରବାର ଦିନ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥବା ବେଳେ ଗାନ୍ଧି ପରିବାର ଖଡ଼ଗେଙ୍କୁ ସମର୍ଥନ କରୁଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଦଳର ସାଧାରଣ ସଂପାଦକ ମଧୁସୂଦନ ମିସ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ମିସ୍ତ୍ରୀ କହିଛନ୍ତି, ଦଳ କାହାକୁ ବି ସଭାପତି ପ୍ରାର୍ଥୀ କରିନି କି ଗାନ୍ଧି ପରିବାର କାହାକୁ ସମର୍ଥନ କରୁନାହାନ୍ତି।

ଉଲ୍ଲେଖ‌ଯୋଗ୍ୟ, ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ହେବ। ୯,୧୦୦ରୁ ଅଧିକ ପ୍ରତିନିଧି ଏହି ନିର୍ବାଚନରେ ଭୋଟ୍‌ ଦେବେ। ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା ହେବ। ଖଡ଼ଗେଙ୍କ ପ୍ରତି ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ଥିବାରୁ ସେ ହିଁ କଂଗ୍ରେସ ସଭାପତି ନିର୍ବାଚନ ଜିତିବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe