କଂଗ୍ରେସର ଅନ୍ତଃକନ୍ଦଳ ପାଇଁ ରାଜ୍ୟବାସୀ ଭୋଗୁଛନ୍ତି: ବସୁନ୍ଧରା ରାଜେ

କଂଗ୍ରେସର ଅନ୍ତଃକନ୍ଦଳ ପାଇଁ ରାଜ୍ୟବାସୀ ଭୋଗୁଛନ୍ତି: ବସୁନ୍ଧରା ରାଜେ

India.com

ଜୟପୁର: ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶେଷରେ ରାଜସ୍ଥାନ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ନିଜର ନିରବତା ଭାଙ୍ଗିଛନ୍ତି। ବିଦ୍ରୋହୀ ନେତା ତଥା ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଅଶୋକ ଗେହଲଟ୍‌ ସରକାର ବିରୋଧରେ କରିଥିବା ବିଦ୍ରୋହ ପାଇଁ ରାଜେ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ଦଳରେ ଲାଗି ରହିଥିବା ଅନ୍ତଃକନ୍ଦଳ ପାଇଁ ରାଜ୍ୟବାସୀ ଅଯଥାରେ ଭୋଗୁଛନ୍ତି। ରାଜ୍ୟବାସୀ କରୋନା ମହାମାରୀ ଭଳି ମହାସଙ୍କଟ ସହ ପଙ୍ଗପାଳ ଆକ୍ରମଣ, ମହିଳାଙ୍କ ବିରୋଧରେ ଅପରାଧ ଭଳି ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି।

ରାଜ୍ୟରେ ବିଦ୍ୟୁତ୍‌ ସମସ୍ୟା ମଧ୍ୟ ଦେଖାଦେଇଛି। କିନ୍ତୁ ଏଥିପ୍ରତି କାହାରି ନଜର ନାହିଁ। ଦୁର୍ଭାଗ୍ୟର କଥା ଯେ, କଂଗ୍ରେସର ଆନ୍ତଃକନ୍ଦଳ ପାଇଁ ରାଜ୍ୟବାସୀଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି। କଂଗ୍ରେସ ସରକାରକୁ ଭାଙ୍ଗିବାପାଇଁ ବିଜେପି ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। କାଦୁଅ ମଧ୍ୟକୁ ବିଜେପିକୁ ଟାଣିବାର କିଛି ଯଥାର୍ଥତା‌ ନାହିଁ ବୋଲି ରାଜେ କହିଛନ୍ତି। ପ୍ରଥମ ଥର ପାଇଁ ରାଜେ ରାଜସ୍ଥାନ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ ନିଜର ମନ୍ତବ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe