ଡେରାଡୁନ୍: କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ନିବେଦନ କରୁଛନ୍ତି। ଏଭଳି ସମୟରେ ଉତ୍ତରାଖଣ୍ଡର ଜଣେ ମନ୍ତ୍ରୀ ଏକ ବୈଠକରେ ତାଙ୍କ ପାଦ ଅଙ୍ଗୁଳିରେ ମାସ୍କ ଝୁଲାଇ ରଖିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୁଷ୍କର ସିଂହ ଧାମୀ ସରକାରଙ୍କ ଏହି ମନ୍ତ୍ରୀ ହେଉଥିବା ସ୍ବାମୀ ଯତିଶ୍ବରାନନ୍ଦ। ମନ୍ତ୍ରୀଙ୍କ ଏହି ଫଟୋ ଭାଇରାଲ ହେବାପରେ ତାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି।
ଉତ୍ତରାଖଣ୍ଡ ମନ୍ତ୍ରୀଙ୍କ ଫଟୋ ଭାଇରାଲ ପାଦ ଅଙ୍ଗୁଳିରେ ଝୁଲାଇଥିଲେ ମାସ୍କ
Advertisment
Follow Us