India Today
କରାଚି: ପାକିସ୍ତାନରେ ଆଜି ଘଟି ଯାଇଥିବା ଭୟାବହ, ମର୍ମନ୍ତୁଦ ବିମାନ ଦୁର୍ଘଟଣାକୁ କେନ୍ଦ୍ର କରି ଭାରତରେ ମଧ୍ୟ ଏକ ଉତ୍କଣ୍ଠାଜନକ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ, ଜଳନ୍ତା ଅବସ୍ଥାରେ ଦୁର୍ଘଟଣାଗ୍ରସ୍ତ ବିମାନଟି କରାଚିର ଜିନ୍ନା ଗାର୍ଡେନ ନିକଟବର୍ତ୍ତୀ ମିଲାରର ମଡେଲ କଲୋନିର ଯେଉଁ ଜନବସତି ଉପରେ ପ୍ରଚଣ୍ଡ ଶବ୍ଦ କରି ଖସି ପଡ଼ିଥିଲା ସେଥିରେ ସଂପୃକ୍ତ ଜନବସତି ଅଞ୍ଚଳରେ ରହିଥିବା ଶତାଧିକ ଘର ଭାଙ୍ଗିରୁଜି ଯିବାସହ ସେଥିରେ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ସେହି ଅଞ୍ଚଳର ବହୁ ସାଧାରଣ ଜନତା ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ମୃତାହତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ମିଳିପାରି ନାହିଁ।
Times Nowତେବେ, କରାଚି ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରର ଅନତି ଦୂରରେ ଥିବା ଜିନ୍ନା ଗାର୍ଡେନ ନିକଟବର୍ତ୍ତୀ ମିଲାର ମଡେଲ କଲୋନିର ଜନବସତିରେ ଏହି ଦୁର୍ଘଟଣା ଫଳରେ ପ୍ରଭୂତ କ୍ଷୟକ୍ଷତ ହୋଇଛି। ତେବେ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ୧୯୪୭ରେ ଭାରତ- ପାକ୍ ବିଭାଜନ ପରେ ଉତ୍ତରପ୍ରଦେଶ ଓ ବିହାରରୁ ପାକିସ୍ତାନକୁ ପଳାଇ ଯାଇଥିବା ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ଏହି ଜନବସତିଟି ଗଢ଼ି ଉଠିଥିଲା। ଏହି ବସତିର ବାସିନ୍ଦାଙ୍କ ପୂର୍ବପୁରୁଷ ଉତ୍ତରପ୍ରଦେଶ ଓ ବିହାରର ହୋଇଥିବା କାରଣରୁ ସେମାନଙ୍କ ସହ ବଂଶଗତ ସଂପର୍କ ରହିଛି। ଏବଂ ଯେଉଁ କାରଣ ପାଇଁ ଏହି ବିମାନ ଦୁର୍ଘଟଣାକୁ କେନ୍ଦ୍ରକରି ଭାରତରେ ମଧ୍ୟ ଉତ୍କଣ୍ଠା ସୃଷ୍ଟି ହୋଇଛି ବୋଲି ଜାତୀୟ ସ୍ତରର ସମ୍ବାଦଭିତ୍ତିକ ପତ୍ରିକା ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Follow Us