ଉଡ଼ାଣର ୩ଘଣ୍ଟା ପରେ ମିଆମି ବିମାନ ପାଇଲଟଙ୍କର ମୃତ୍ୟୁ

Advertisment
ମହିଳା ସାଙ୍ଗଙ୍କୁ କକପିଟ ଭିତରକୁ ନେଲେ ପାଇଲଟ, ଏବେ ହେବ ତଦନ୍ତ

Telegraph India

ପାନାମା ସିଟି: ମିଆମିରୁ ସାଣ୍ଟିଆଗୋ ଯାଉଥିବା ଲତାମ ଏୟାରଲାଇନ୍ସ ବିମାନରେ ଏକ ଅଭାବନୀୟ ଘଟଣା ଘଟିଛି। ଉଡ଼ାଣର ୩ ଘଣ୍ଟା ପରେ ବିମାନର ବାଥ୍‌ରୁମ୍‌ରେ ପାଇଲଟଙ୍କର ମୃତ୍ୟୁ ଘଟିଛି। କ୍ୟାପ୍‌ଟେନ ଇଭାନ ଆଣ୍ଡାଉର ଜଣେ ପୋଖତ ପାଇଲଟ ଥିଲେ ଯାହାଙ୍କର ବିମାନ ଚାଳନାରେ ୨୫ ବର୍ଷର ଅଭିଜ୍ଞତା ଥିଲା। ୨୭୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ଥିଲା ଏକ ବୋଇଂ ୭୮୭-୯ ଡ୍ରିମ୍‌ଲାଇନର ଏବଂ କ୍ୟାପ୍‌ଟେନ ଅସୁସ୍ଥ ଅନୁଭବ କରିବା ପୂର୍ବରୁ ଏହା ୩ ଘଣ୍ଟା ଉଡ଼ି ସାରିଥିଲା।

ବାଥ୍‌ରୁମ୍‌ରେ କ୍ୟାପ୍‌ଟେନ ଆଣ୍ଡାଉର ପଡ଼ିଯିବା ପରେ ବିମାନ କର୍ମଚାରୀ ତୁରନ୍ତ ତାଙ୍କର ତତ୍କାଳ ଚିକତ୍ସା କରିଥିଲେ। ସହଯୋଗୀ ପାଇଲଟ ବିମାନକୁ ତୁରନ୍ତ ପାନାମା ସିଟିର ଟୋକୁମେନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲେ। ଅବତରଣ ପରେ ଆଣ୍ଡାଉରଙ୍କୁ ମୃତ ଘୋଷଣା କରାଯାଇଥିଲା। ବିମାନଟି ଅଗଷ୍ଟ ୧୪ ସୋମବାର ରାତ୍ରି ୧୦ଟା ୧୧ରେ ମିଆମି ଛାଡ଼ିଥିଲା ଏବଂ ଦୁର୍ଭାଗ୍ୟଜନକ ଘଟଣା ସମୟରେ ଏଥିରେ ଜଣେ ରିଲିଫ ପାଇଲଟ ଓ ଫାଷ୍ଟ ଅଫିସର ଉପସ୍ଥିତ ଥିଲେ, ଯେଉଁମାନେ ବିମାନର ନିରାପଦ ଜରୁରୀ ଅବତରଣ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe