ପୁଲିସ ଏତଲା ରୁଜୁ କଲାନି: ଆତ୍ମହତ୍ୟା କରିଦେଲେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ପୁଲିସ ଏତଲା ରୁଜୁ କଲାନି: ଆତ୍ମହତ୍ୟା କରିଦେଲେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

Times of India

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଲୌନରେ ଜଣେ ବାପା ନିଜ ନାବାଳିକା ଝିଅକୁ ନ୍ୟାୟ ଦେଇ ନପାରିବାରୁ ଆତ୍ମହତ୍ୟା କରିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ୧୫ ବର୍ଷର ଝିଅ ୨ ମାସ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ଥାନାରେ ଏତଲା ରୁଜୁ ପାଇଁ ଯାଇଥିଲେ। କିନ୍ତୁ ପୁଲିସ ଏତଲା ରୁଜୁ ନକରି ତାଙ୍କୁ ପାଲଟା ଧମକ ଦେଇଥିଲା। ବାରମ୍ବାର ଅନୁରୋଧ ସତ୍ତ୍ବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ପୀଡ଼ିତା ନାବାଳିକାଙ୍କ ବାପା ଆତ୍ମହତ୍ୟା କରିଦେଇଛନ୍ତି।

ପୀଡ଼ିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ପୁଲିସ ସଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୀଡ଼ିତାଙ୍କ ବାପା ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଲେ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୮ ତାରିଖରେ ନାବାଳିକାଙ୍କୁ ତାଙ୍କ ଗ୍ରାମର ୨ ଜଣ ବ୍ୟକ୍ତି ଏକ ଜନ୍ମଦିନ ପାର୍ଟିକୁ ନେବାକୁ କହି ଗଣଦୁଷ୍କର୍ମ କରିଥିଲେ। କୌଶଳ କ୍ରମେ ନାବାଳିକା ଜଣଙ୍କ ଖସି ଆସିଥିଲେ ଏବଂ ପରିବାର ସଦସ୍ୟଙ୍କ ଆଗରେ ସବୁ ସତ କଥା କହିଥିଲେ। ନାବାଳିକାଙ୍କ ବାପା ମା’ ପଞ୍ଜାବରେ କାମ କରନ୍ତି। ସେମାନେ ମେ’ ୩୧ ତାରିଖରେ ଘରକୁ ଫେରି ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏତଲା ରୁଜୁ କରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe