ଜନସଂଖ୍ୟା ଅସନ୍ତୁଳନ ହେବା ଉଚିତ୍‌ ନୁହେଁ : ଯୋଗୀ

Advertisment
ଜନସଂଖ୍ୟା ଅସନ୍ତୁଳନ ହେବା ଉଚିତ୍‌ ନୁହେଁ : ଯୋଗୀ

money control

ଲକ୍ଷ୍ନୌ : ବିଶ୍ବ ଜନସଂଖ୍ୟା ଦିବସରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ‌ଯୋଗୀ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଫଳପ୍ରଦ ଭାବେ ଆଗକୁ ବଢ଼ିବା ଉଚିତ୍‌ କିନ୍ତୁ ସମାନ ସମୟରେ ‘ଜନସଂଖ୍ୟା ଅସନ୍ତୁଳନ’ ନହେବା ଉଚିତ୍‌। ଆମେ ଯେତେବେଳେ ଫ୍ୟାମିଲି ପ୍ଲାନିଂ, ଜନସଂଖ୍ୟା ସ୍ଥିରୀକରଣ କଥା କହୁଛେ ସେ ସମୟରେ ଆମେ ଏହା ମଧ୍ୟ ଭଲଭାବେ ମନେ ରଖିବା ଉଚିତ୍‌ ଯେ ଜନସଂଖ୍ୟା ନିୟନ୍ତ୍ରଣ ସହ ସମାନ ସମୟରେ ଜନସଂଖ୍ୟା ଅସନ୍ତୁଳନ ହେବା ଉଚିତ୍‌ ନୁହେଁ। ଉତ୍ତରପ୍ରଦେଶରେ ଦେଶର ସବୁଠାରୁ ଅଧିକ ଲୋକ ଅଛନ୍ତି। ଯୋଗୀ କହିଛନ୍ତି, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଗ୍ରାମ ମୁଖିଆ , ଶିକ୍ଷକ ଏବଂ ଅନ୍ୟମାନେ ସ୍ବାସ୍ଥ୍ୟ ବିଭାଗ ସହ ମିଶି କାମ କରିବା ଉଚିତ୍‌। ଏଭଳି ସ୍ଥିତିରେ ମିଳିତ ଦାୟିତ୍ବର ଆବଶ୍ୟକତା ରହିଛି। ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ କଠୋର ଆଇନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe