ରାଜ୍ୟପାଳ ପଦ ଆଳଙ୍କାରିକ ବା ରାଜନୈତିକ ନୁହେଁ: ଉପରାଷ୍ଟ୍ରପତି

Advertisment
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ସମେତ ୫ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ, ୨୨ ଜଣଙ୍କୁ ମିଳିବ ପଦ୍ମ ଭୂଷଣ

The Tribune India

ନୂଆଦିଲ୍ଲୀ : ରାଜ୍ୟପାଳ ପଦବୀ ଆଳଙ୍କାରିକ ବା ରାଜନୈତିକ ନୁହେଁ ବୋଲି ମତ ଦେବା ସହ ବିଦାୟୀ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା‌ ନାଇଡ଼ୁ ରାଜ୍ୟପାଳମାନଙ୍କୁ ରାଜ୍ୟର ମାର୍ଗଦର୍ଶକ (ଗାଇଡ୍‌) ଭାବରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥି ସହ ‌ସରକାରୀ ପାଣ୍ଠିରେ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ଯେପରି ରାଜ୍ୟ ସରକାର ଠିକ୍‌ଭାବେ କାର୍ଯ୍ୟକାରୀ କରନ୍ତି ତାହା‌ ଦେଖିବା ପାଇଁ ମଧ୍ୟ ନାଇଡ଼ୁ କହିଥିଲେ।

ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକମାନଙ୍କ ପାଇଁ ନିଜ ବାସଭବନରେ ଆୟୋଜନ କରିଥିବା ମଧ୍ୟାହ୍ନଭୋଜନରେ ଅତିଥିମାନଙ୍କୁ ଆପ୍ୟାୟିତ କରିବା ସହ ଆଉ ମାସକ ପରେ ଉପରାଷ୍ଟ୍ରପତି ପଦରୁ ବିଦାୟ ନେବାକୁ ଯାଉଥିବା ଭେଙ୍କୟା ନାଇଡ଼ୁ କହିଥିଲେ ଯେ ରାଜ୍ୟପାଳମାନେ କୁଳାଧିପତି ଭାବେ ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକୁ ବାରମ୍ବାର ଭ୍ରମଣ କରିବା ଉଚିତ। ବିଶ୍ବବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ, ପ୍ରଫେସର ଓ କର୍ମଚାରୀମାନଙ୍କ ସହ କଥାବାର୍ତ୍ତା କରିବା ଉଚିତ। ଜାତୀୟ ଶିକ୍ଷାନୀତି ୨୦୨୦ ଯେପରି ଠିକ୍‌ଭାବେ କାର୍ଯ୍ୟକାରୀ ହୁଏ ତାହା ଦେଖିବା ପାଇଁ ମଧ୍ୟ ସେ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe