ବର୍ତ୍ତମାନର ସମୟ ବିଶ୍ବକୁ ନୂଆ ଦିଶା ଦେବ: ମୋଦୀ

ବର୍ତ୍ତମାନର ସମୟ ବିଶ୍ବକୁ ନୂଆ ଦିଶା ଦେବ: ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ବିଶ୍ବରେ ଆସ୍ଥା ଓ ବିଶ୍ବାସର ଅଭାବ ବଢ଼ିଯାଇଛି। ତାହାକୁ ବଦଳାଇ ଆସ୍ଥା ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜି ୨୦ ବୈଠକରେ ସଦସ୍ୟ ଦେଶଗୁଡ଼ିକୁ ଆହ୍ବାନ କରିଛନ୍ତି। ଏକବିଂଶ ଶତାବ୍ଦୀର ବର୍ତ୍ତମାନ ସମୟ ସଂପର୍କରେ ଗୁରୁତ୍ବାରୋପ କରିବା ସହିତ ସାରା ବିଶ୍ବକୁ ନୂଆ ଦିଶା ଦେବା ପାଇଁ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ଜି-୨୦ ସମ୍ମିଳନୀ ଆରମ୍ଭରେ ପ୍ରଧାନମନ୍ତ୍ରୀ ଭାଷଣ ଦେବା ସମୟରେ ତାଙ୍କ ସାମ୍ନାରେ ଟେବୁଲ ଉପରେ ରଖାଯାଇଥିବା ବ୍ୟାଜ୍‌ରେ ଭାରତ ଲେଖାଯାଇଥିଲା। କରୋନା ମହାମାରୀ ପରେ ବିଶ୍ବରେ ବିଶ୍ବାସଜନିତ ସଂକଟ ବଢ଼ିଯାଇଥିଲା ଏବଂ ଦୁର୍ଭାଗ୍ୟବଶତଃ ଏବେ ଏହା ପୁଣି ବଢ଼ିଯାଇଛି। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଯଦି ଆମେ କରୋନା ଭଳି ମହାମାରୀକୁ ପରାସ୍ତ କରିପାରିଲେ ତା’ହେଲେ ବିଶ୍ବାସରେ ଦେଖାଦେଇଥିବା ସଂକଟ ଉପରେ ଆମେ ମଧ୍ୟ ବିଜୟ ହାସଲ କରିପାରିବା।

ମାନବକୈନ୍ଦ୍ରିକ ଆଭିମୁଖ୍ୟ ନେଇ ଦେଶଗୁଡ଼ିକୁ ନିଜ ନିଜର ଦାୟିତ୍ବ ସଂପାଦନ କରି ଆଗକୁ ବଢ଼ିବାକୁ ହେବ। ବର୍ତ୍ତମାନ ସମୟରେ ପୁରୁଣା ଆହ୍ବାନଗୁଡ଼ିକ ଆମଠାରୁ ନୂଆ ସମାଧାନ ଖୋଜୁଛି। ଆମ ସମସ୍ତଙ୍କ ପାଇଁ ଏହା ମିଳିମିଶି ଚାଲିବାର ସମୟ ବୋଲି ମୋଦୀ କହିଛନ୍ତି। ତେଣୁ ସବ୍‌କା ସାଥ୍‌, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ ଆମ ସମସ୍ତଙ୍କ ପାଇଁ ଏକ ଆଲୋକବର୍ତ୍ତିକା ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe