ବିଦେଶୀ ନିବେଶକ ନେଇଗଲେ ୭,୪୦୦ କୋଟି; ଟଙ୍କା ଉପରେ ଚାପ ବଢ଼ିବ

ସେନ୍‌ସେକ୍ସରେ ୬୭୧ ପଏଣ୍ଟ୍‌ ହ୍ରାସ

deccanchronicle.com

ନୂଆଦିଲ୍ଲୀ : ଭାରତୀୟ ଷ୍ଟକ ବଜାରରୁ ବିଦେଶୀ ନିବେଶକମାନଙ୍କ ପାଣ୍ଠି ପ୍ରତ୍ୟାହାର ଧାରା ଜାରି ରହିଛି। ଜୁଲାଇ ମାସରେ ସେମାନେ ବର୍ତ୍ତମାନ ସୁଦ୍ଧା ୪,୭୦୦ କୋଟି ଟଙ୍କା ନେଇସାରିଲେଣି। ଆମେରିକାରେ ମାନ୍ଦାବସ୍ଥା ଭୟ ଦେଖାଦେଇଥିବା ବେଳେ ଅନ୍ୟ ସବୁ ଦେଶର ମୁଦ୍ରା ତୁଳନାରେ ଡଲାର ଶକ୍ତିଶାଳୀ ହୋଇଥିବାରୁ ରିଟର୍ଣ୍ଣ ହ୍ରାସ ପାଇବାର ଆଶଙ୍କା କରି ସେମାନେ ଭାରତ ଭଳି ଦେଶରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଜୁନ୍ ମାସରେ ବିଦେଶୀ ନିବେଶକମାନେ ଭାରତରୁ ୫୦,୨୦୩ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ରୁଷ୍‌-ୟୁ‌କ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବିଦେଶୀ ନିବେଶକମାନେ ୬୧,୯୭୩ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏହା ପୂର୍ବରୁ ୨୦୦୮ରେ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ସମୟରେ ‌ବିଦେଶୀ ନିବେଶକମାନେ ସର୍ବାଧିକ ୫୨,୯୮୭ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସେମାନେ ୨.୨୫ ଲକ୍ଷ କୋଟି ଟଙ୍କା ନେଇଗଲେଣି।

ଜୁଲାଇ ମାସରେ କିନ୍ତୁ ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍‌ପିଆଇ)ଗୁଡ଼ିକ ଇକ୍ବିଟି ସେୟାର ବିକ୍ରି ହ୍ରାସ କରିଛନ୍ତି। ଗତ ନଅ ମାସ ଧରି ବିଦେଶୀ ନିବେଶକମାନେ ସେୟାର ବିକ୍ରି ଧାରା ଜାରି ରଖିଛନ୍ତି। ବିଦେଶୀ ମୁଦ୍ରା ଦେଶରୁ ପଳାଉଥିବାରୁ ଭାରତୀୟ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି। ଏକ ଡଲାର ମୂଲ୍ୟ ୮୦ ଟଙ୍କା ସ୍ତରରେ ପହଞ୍ଚିଯାଇଛି। ଅନ୍ୟ ପକ୍ଷରେ ଗଚ୍ଛିତ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ସଙ୍କୁଚିତ ହେବାରେ ଲାଗିଛି। ରପ୍ତାନି ତୁଳନାରେ ଆମଦାନି ଅଧିକ ରହୁଥିବା ଡଲାର ବ୍ୟୟ ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe