କରୋନା ମୁକାବିଲା ପାଇଁ ୯୯ ବର୍ଷୀୟ ପୂର୍ବ ବିଧାୟକ ସମସ୍ତ ଜମା ଦାନକଲେ

Advertisment

ପ୍ରଧାନମନ୍ତ୍ରୀ ଫୋନ୍‌ କରି ଧନ୍ୟବାଦ ଜଣାଇଲେ

ପ୍ରଧାନମନ୍ତ୍ରୀ ଫୋନ୍‌ କରି ଧନ୍ୟବାଦ ଜଣାଇଲେ

କରୋନା ମୁକାବିଲା ପାଇଁ ୯୯ ବର୍ଷୀୟ ପୂର୍ବ ବିଧାୟକ ସମସ୍ତ ଜମା ଦାନକଲେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରକୋପ ଭାରତରେ ବଢ଼ିଚାଲିଥିବାରୁ ଏହା ବିରୋଧରେ ସରକାର ଯୁଦ୍ଧସ୍ତରରେ କାମ କରୁଛନ୍ତି ଏବଂ ଜନସାଧାରଣ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। କରୋନା ମୁକାବିଲା ପାଇଁ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍‌କୁ ସମାଜର ବିଭିନ୍ନ ବର୍ଗର ଲୋକ ଅର୍ଥ ଦାନ କରୁଛନ୍ତି। ଏହି କ୍ରମରେ ଗୁଜରାଟ ଜଣେ ୯୯ ବର୍ଷୀୟ ପୂର୍ବ ବିଧାୟକ ରତ୍ନଭାଇ ଠୁମ୍ମର ତାଙ୍କର ସମସ୍ତ ସଞ୍ଚିତ ଅର୍ଥକୁ ଦାନ କରିଦେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ବିଧାୟକଙ୍କୁ ଫୋନ୍‌ କରି ତାଙ୍କର ପ୍ରୟାସକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାୟ ୩ ମିନିଟ୍‌ ଧରି ରତ୍ନଭାଇଙ୍କ ସହ କଥା ହୋଇଥିଲା ଏବଂ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ପୂରା ଶକ୍ତି ଖଟାଇ ଭାଇରସ୍‌ ବିରୋଧରେ ଲଢ଼ିବାକୁ ପୂର୍ବ ବିଧାୟକ କହିଥିବା ତାଙ୍କ ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ। ରତ୍ନଭାଇ ବିଧାୟକ ଥିବା ବେଳେ ଦରମା ଗ୍ରହଣ କରୁନଥିଲେ କି ପେନ୍‌ସନ ମଧ୍ୟ ନେଉନଥିଲେ। ଅତି ସରଳ ଜୀବନଯାପନ କରୁଥିବା ରତ୍ନଭାଇ ତାଙ୍କ ପାଖରେ ଥିବା ୫୧ ହଜାର ଟଙ୍କା ସରକାରଙ୍କୁ ଦେବାପାଇଁ ମନସ୍ଥ କରିଥିଲେ ଏବଂ ୧୭ ତାରିଖ ଦିନ ଜୁନାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକ ଯାଇ ଚେକ୍‌ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe