image credit : prasar bharti
ପୁନେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ଟି କମ୍ପାନି ସହିତ ଆଲୋଚନା କରିବେ। ଏହି ଭର୍ଚ୍ଚୁଆଲ ସମ୍ମିଳନୀରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ ଇ’ ଏବଂ ଡକ୍ଟର ରେଡ୍ଡି ଫାର୍ମା ପ୍ରତିନିଧି ଯୋଗଦେବେ। ଗତକାଲି ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକ, ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏବଂ ଜାଇଡସ କାଡିଲା ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଟିକା ସମ୍ପର୍କିତ ଜ୍ଞାନ ବିଷୟରେ ଜାଣିବା ପରେ ସିରମ୍ ସିଇଓ ଆଦର ପୁନାୱାଲା ବିସ୍ମୟ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟିକା ସ୍ଥିତି ସମୀକ୍ଷା କଲାବେଳେ ଟିକାର ପ୍ରସ୍ତୁତି ଓ ବିକାଶ ନେଇ ଅନେକ କିଛି ପ୍ରଶ୍ନ କରିଥିଲେ। ଟିକା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଗଭୀର ଜ୍ଞାନ ଜାଣିଲା ପରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ସିଇଓ ବିସ୍ମୟ ପ୍ରକାଶ କରିଛନ୍ତି। ଟିକାର ପ୍ରତ୍ୟେକ ପର୍ଯ୍ୟାୟ, ପ୍ରସ୍ତୁତି ଏବଂ ପରୀକ୍ଷଣ ବାବଦରେ ପ୍ରଧାନମନ୍ତ୍ରୀ ଟିକିନିଖି ତଥ୍ୟ ରଖିଥିବାରୁ ତାଙ୍କୁ ବୁଝାଇବା ବେଶ୍ ସହଜ ଥିଲା ବୋଲି ପୁନାୱାଲା କହିଛନ୍ତି।
Follow Us