୩ରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ

କଂଗ୍ରେସର ଏକମାତ୍ର ଏଜେଣ୍ଡା-‘ସରକାର ଗଢ-ନୋଟ କମାଅ’: ମୋଦୀ

ସମ୍ବଲପୁର: ଆସନ୍ତା ଫେବ୍ରୁଆରି ୩ ତାରିଖ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଦିନ ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ନୂଆ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରିବେ। ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଇଆଇଏମ୍‌ର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୫ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‌ ବୋଧନ ଦେବେ। ଏତଦ୍‌ବ୍ୟତୀତ ସମ୍ବଲପୁରଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସହରର କେଉଁ ଜାଗାରେ ଜନସଭା ଆୟୋଜନ କରାଯିବ ଏବଂ ଏଥିପାଇଁ କ’ଣସବୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ, ସେ ସମ୍ପର୍କରେ ଦଳୀୟ ନେତୃବର୍ଗଙ୍କ ସହିତ ଆଲୋଚନା ନିମନ୍ତେ ଆସନ୍ତାକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମ୍ବଲପୁର ଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe