ଲୋକଙ୍କୁ ପଥଭ୍ରଷ୍ଟ କରୁଛନ୍ତି ପ୍ରଧାନମନ୍ତ୍ରୀ: ମମତା

Advertisment
ଲୋକଙ୍କୁ ପଥଭ୍ରଷ୍ଟ କରୁଛନ୍ତି ପ୍ରଧାନମନ୍ତ୍ରୀ: ମମତା

Image Courtesy of Zee News

କୋଲକାତା: ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଏ ରାଜ୍ୟର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର କିଛି କରି ନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଜି କୃଷକମାନଙ୍କ ଦାବି ସମ୍ପର୍କରେ ନକହି ନିଜର ଚିନ୍ତା ପ୍ରକଟ କରିଛନ୍ତି। ମୋଦୀ ବାରମ୍ବାର କହୁଛନ୍ତି ପଶ୍ଚିମବଙ୍ଗ କୃଷକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଛନ୍ତି, କିନ୍ତୁ ରାଜ୍ୟ ସରକାର ଏଥିରେ ବାଧକ ସାଜିଛନ୍ତି। ପ୍ରକୃତରେ ସେ ଏ ରାଜ୍ୟର କୃଷକମାନଙ୍କ ପାଇଁ କିଛି କରି ନାହାନ୍ତି। କେନ୍ଦ୍ର ସରକାର ପଶ୍ଚିମବଂଗକୁ ୮୫ ହଜାର କୋଟି ଟଙ୍କା ବକେୟା ଦେବାକୁ ରହିଛି। ଏଥିରେ ୮ ହଜାର କୋଟି ଅନ୍‌ପେଡ୍‌ ଜିଏସ୍‌ଟି ବକେୟା ବି ସାମିଲ ଅଛି। ଏହି ବକେୟା ଦେବା ବଦଳରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ କାହିଁକି ପଥଭ୍ରଷ୍ଟ କରୁଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆଜି କହିଥିଲେ ଯେ ରାଜ୍ୟ ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ କାରଣରୁ ବଙ୍ଗଳାର କୃଷକମାନେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ବାମ ଦଳକୁ ଉଦ୍ଦେଶ୍ୟ କରି ମୋଦୀ କହିଥିଲେ, କୃଷକମାନଙ୍କ ପ୍ରତି ଯଦି ତୁମର ଦରଦ ରହିଛି, ତା’ହେଲେ କୃଷକମାନଙ୍କୁ ନ୍ୟାୟ ଦାବିରେ ରାଜ୍ୟ ସରକାରଙ୍କ ବିରୋଧରେ କାହିଁକି ଆନ୍ଦୋଳନ କରୁ ନାହଁ? ପଶ୍ଚିମବଂଗ ସରକାର ବିରୋଧରେ ଏବେ ବାମପନ୍ଥୀଙ୍କ ସ୍ବର କାହିଁକି ଦବି ଯାଇଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe