ନୂଆଦିଲ୍ଲୀ : ବୁଧବାର ୧୦୬ ଜଣ ପଦ୍ମ ପୁରସ୍କୃତଙ୍କ ମଧ୍ୟରୁ ୫୪ ଜଣଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା ହୀରାବାଇ ଇବ୍ରାହିମ ଲୋବିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ। ଆଫ୍ରିକାର ସିଦ୍ଦି ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଲୋଦି ଭାରତରେ ସିଦ୍ଦି ସମ୍ପ୍ରଦାୟର ଉତ୍ଥାନ ପାଇଁ ଅନେକ କିଛି କାର୍ଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ ସେ ୭୦୦ ସିଦ୍ଦି ମହିଳା ଓ ଶିଶୁଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି। ସେଥିପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା।
ପୁରସ୍କାର ଗ୍ରହଣ ପରେ ରାଷ୍ଟ୍ରପତି ଭବନରେ ଲୋବି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଡ଼କୁ ଆସିଲେ ସେତେବେଳେ ମୋଦୀ ତାଙ୍କୁ ହାତଯୋଡ଼ି ଓ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ। ପାଖରେ ବସିଥିବା ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ସ୍ମୃତି ଇରାନୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଲୋବିଙ୍କୁ ନମସ୍କାର କରିଥିଲେ। ଲୋବି ହେଉଛନ୍ତି ଗୁଜରାଟ ଜୁନାଗଡ଼ର ଜମ୍ବୁର ଗାଁର ବାସିନ୍ଦା।
Follow Us