ଅଯୋଧ୍ୟା: ଦୀପାବଳି ପୂର୍ବ ସନ୍ଧ୍ୟାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଗସ୍ତରେ ଆସି ରାମଲଲା ବିରାଜମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ କରାଇବା ସହ ସରଯୂ ନଦୀ ତଟରେ ଭବ୍ୟ ଦୀପୋତ୍ସବରେ ସାମିଲ ହୋଇଥିଲେ। ସରଯୂର ୩୬ଟି ଘାଟରେ ୧୫ ଲକ୍ଷ ଦୀପ ପ୍ରଜ୍ଜଳିତ ହେବାର ଭବ୍ୟ ଦୃଶ୍ୟ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ୨୨ ହଜାର ସ୍ବେଚ୍ଛାସେବୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ସରଯୂ ଘାଟକୁ ୬୦୦ କେଜି ଫୁଲରେ ସଜା ଯାଇଥିଲା ।
ଦୀପୋତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ରାମଙ୍କ ନଗରୀରେ ହେଉଥିବା ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଏହି ଐତିହାସିକ ନଗରୀ ଭବ୍ୟତାର ଏକ ନୂଆ ପ୍ରତୀକ ହେବାକୁ ଯାଉଛି । ଯେତେବେଳେ ଦେଶ ରାଷ୍ଟ୍ରପ୍ରେମର ଭାବନାରେ ବଳୀୟାନ ହୁଏ, ସେତେବେଳେ ଏହା ନୂଆ ଶିଖରକୁ ଛୁଇଁଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Follow Us