ମରିସସ୍ ରାଷ୍ଟ୍ରପତିଙ୍କୁ ଗଙ୍ଗାଜଳ ଉପହାର ଦେବାରୁ ମୋଦୀଙ୍କୁ ପ୍ରଶଂସା କଲେ ଯୋଗୀ

Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ମରିସସର ରାଷ୍ଟ୍ରପତି ଧରମବୀର ଗୋଖୁଲଙ୍କୁ ଉପହାର ମାଧ୍ୟମରେ ଭାରତର ସାଂସ୍କୃତିକ ଐତିହ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ମରିସସର ରାଷ୍ଟ୍ରପତି ଧରମବୀର ଗୋଖୁଲଙ୍କୁ ଉପହାର ମାଧ୍ୟମରେ ଭାରତର ସାଂସ୍କୃତିକ ଐତିହ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Modi

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ମରିସସର ରାଷ୍ଟ୍ରପତି ଧରମବୀର ଗୋଖୁଲଙ୍କୁ ଉପହାର ମାଧ୍ୟମରେ ଭାରତର ସାଂସ୍କୃତିକ ଐତିହ୍ୟକୁ ଉଜ୍ଜ୍ୱଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ପ୍ରୟାଗରାଜରେ ହୋଇଥିବା ମାନବତାର ମହାନ କାର୍ଯ୍ୟକ୍ରମ ମହାକୁମ୍ଭ-୨୦୨୫ ସମଗ୍ର ବିଶ୍ୱକୁ 'ବସୁଧୈବ କୁଟୁମ୍ବକମ’ ଧାରାରେ ବାନ୍ଧିପାରିଛି। ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା, ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମରିସସର ରାଷ୍ଟ୍ରପତିଙ୍କୁ ମାତା ଗଙ୍ଗା, ମାତା ଯମୁନା ଏବଂ ମାତା ସରସ୍ୱତୀଙ୍କ ଆଶୀର୍ବାଦରେ ପବିତ୍ର ତ୍ରିବେଣୀ ସଙ୍ଗମର ପବିତ୍ର ଜଳ ଏବଂ ଏକ ବନାରସୀ ଶାଢ଼ି ଭଳି ଅନନ୍ୟ ଉପହାର ପ୍ରଦାନ କରିଛନ୍ତି। ବିଶ୍ୱ ସ୍ତରରେ ଭାରତୀୟ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା!"

ଉଲ୍ଲେଖଯୋଗ୍ୟ, ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଥିଲେ ମରିସସ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ୍ । ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରେ ୩୪ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଦୁଇ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି ମୋଦୀ । ମରିସସର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୋଦୀ । ଏହି ଗସ୍ତ କୁଟନୈତିକ ଦୃଷ୍ଟିରୁ ବଡ ଗୁରୁତ୍ବ ରଖୁଛି । ଦୁଇ ଦେଶର ଆର୍ଥିକ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ ଗୁରୁତ୍ବ ବହନ କରୁଛି । ତେବେ ମୋଦୀଙ୍କୁ ଦେଖିବାକୁ ମରିସସର ପ୍ରବାସୀ ଭାରତୀୟମାନେ ଉତ୍ସାହିତ ଅଛନ୍ତି ଏବଂ ମୋଦୀ ପହଞ୍ଚିବା ପରେ ସ୍ବାଗତ ପାଇଁ ଆସିଥିବା କିଛି ସ୍କୁଲ ପିଲାଙ୍କ ସହ କଥା ମଧ୍ୟ ହୋଇଛନ୍ତି । ମରିସସର ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତ ଗବଇ’ନାମକ ପାରମ୍ପାରିକ ବିହାରୀ ଗୀତ ମାଧ୍ୟମରେ ସ୍ବାଗତ ଜଣାଇଥିଲେ । ସେପଟେ ରାଷ୍ଟ୍ରପତିଙ୍କୁ ଗଙ୍ଗାଜଳ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe