ପ୍ରାକୃତିକ କୃଷି ସମ୍ମେଳନରେ ଆଜି ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

Advertisment
ହରମୋହନ ସିଂହ ଯାଦବଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

The Economic Times

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୁଲାଇ ୧୦ ତାରିଖ ପୂର୍ବାହ୍ଣ ୧୧ଟା ୩୦ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ଦେବେ। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ମାର୍ଚ୍ଚ, ୨୦୨୨ରେ ଗୁଜରାଟ ପଞ୍ଚାୟତ ମହାସମ୍ମେଳନରେ ବକ୍ତବ୍ୟ ପ୍ରଦାନ ଅବସରରେ ପ୍ରତି ଗାଁରୁ ଅତିକମ୍‌ରେ ୭୫ ଚାଷୀ ପ୍ରାକୃତିକ କୃଷି ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରେରିତ ହୋଇ ସୁରତ ଜିଲ୍ଲା ପକ୍ଷରୁ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କୃଷକ ଗୋଷ୍ଠୀ, ନିର୍ବାଚିତ ପ୍ରତିନିଧି, କୃଷି ଉତ୍ପାଦ ବିପଣନ ସମିତି (ଏପିଏମ୍‌ସି), ସମବାୟ, ବ୍ୟାଙ୍କ ଆଦିକୁ ସମ୍ବେଦନଶୀଳ ତଥା ପ୍ରୋତ୍ସାହିତ କରିବାକୁ ମିଳିତ ଓ ସମନ୍ୱିତ ପ୍ରୟାସ ହୋଇଥିଲା। ଫଳସ୍ୱରୂପ, ପ୍ରତି ଗ୍ରାମ ପଞ୍ଚାୟତରୁ ଅତିକମ୍‌ରେ ୭୫ ଚାଷୀ ଚିହ୍ନଟ କରି ପ୍ରାକୃତିକ କୃଷି ଆପଣାଇବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ ଓ ପ୍ରଶିକ୍ଷଣ ଦିଆଯାଇଥିଲା। ଚାଷୀମାନଙ୍କୁ ୯୦ଟି ଭିନ୍ନ ଭିନ୍ନ ଗୋଷ୍ଠୀରେ ପ୍ରଶିକ୍ଷଣ ଦିଆଯାଇଥିଲା। ଫଳରେ ଜିଲ୍ଲାର ୪୧ ହଜାରରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷିତ କରା ଯାଇପାରିଥିଲା।

ଗୁଜୁରାଟର ସୁରତଠାରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ପ୍ରାକୃତିକ କୃଷିକୁ ଆପଣାଇ ସଫଳତା ପାଇଥିବା ହଜାର ହଜାର ଚାଷୀ ଓ ହିତଧାରକ ଭାଗ ନେବେ। ଗୁଜୁରାଟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe