ଡିସେମ୍ବର ୨୫ରେ ଚାଷୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

Advertisment
କରୋନା ଟିକାଦାନ : ୧୧ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ଆଲୋଚନା

photo-indian express

ପିଏମ୍‌ କିଷାନ୍‌ ଯୋଜନାରେ ୯ କୋଟି ଚାଷୀଙ୍କୁ ମିଳିବ ୧୮ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେବେ। ଏହି ଉଦ୍‌ବୋଧନ ଜରିଆରେ ପ୍ରଧାନମନ୍ତ୍ରୀ କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣ ସ୍ପଷ୍ଟ କରିବେ। ‘ପିଏମ୍‌ କିଷାନ୍‌’ ଯୋଜନାରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଯିବ। ଦେଶର ପ୍ରମୁଖ ୬ ରାଜ୍ୟର ପ୍ରତିନିଧି ଶ୍ରେଣୀୟ କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।

କୃଷକମାନେ ସେମାନଙ୍କ ଅନୁଭୂତି କହିବେ ଏବଂ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଦ୍ବାରା ସେମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ତଥ୍ୟ ରଖିବେ। ଅପରପକ୍ଷେ, କୃଷି ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୧୦୦ ସାମ୍ବାଦିକ ସମ୍ମିଳନୀ ଏବଂ ୭୦୦ ବୈଠକ କରି‌ବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଆଜି ସୁଦ୍ଧା ୨ କୋଟି ଚାଷୀ ପଂଜୀକରଣ କରାଇଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ଡିସେମ୍ବର ୨୫ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ କୃଷି ଆଇନ ସମ୍ପର୍କରେ କେତେ ମାତ୍ରାରେ ସଚେତନତା ସୃଷ୍ଟି କରିବ ତାହାକୁ ଅପେକ୍ଷା କରାଯାଇଛି। ଅନ୍ୟପକ୍ଷରେ ଚାଷୀମାନେ ଆଜି ମଧ୍ୟ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe