ଅଯୋଧ୍ୟାରେ ୩ ଘଣ୍ଟା ରହି‌ବେ ପ୍ରଧାନମନ୍ତ୍ରୀ, ଭୂମି ପୂଜନ ପାଇଁ ୨୪ ଘଣ୍ଟିଆ ଯଜ୍ଞ

Advertisment
ଅଯୋଧ୍ୟାରେ ୩ ଘଣ୍ଟା ରହି‌ବେ ପ୍ରଧାନମନ୍ତ୍ରୀ, ଭୂମି ପୂଜନ ପାଇଁ ୨୪ ଘଣ୍ଟିଆ ଯଜ୍ଞ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ମୋଦୀ ଆସନ୍ତାକାଲି ସକାଳ ୯.୩୫ରେ ଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଅଯୋଧ୍ୟାରେ ମୋଦୀ ୩ ଘଣ୍ଟା ରହିବେ। ପ୍ରଥମେ ସେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଲକ୍ଷ୍ନୌ ଯିବେ। ସେଠାରୁ ହେଲିକପ୍ଟରରେ ଅଯୋଧ୍ୟା ଯିବେ। ଅଯୋଧ୍ୟାରେ ପହଞ୍ଚିବାପରେ ପ୍ରଥମେ ମୋଦୀ ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ହନୁମାନ ଗାଦି ମନ୍ଦିର ଯିବେ। ସେଠାରେ ପୂଜାର୍ଚ୍ଚନା ପରେ ମୋଦୀ ରାମ ଜନ୍ମଭୂମି ସ୍ଥଳ ଯିବେ।

ଆଜିଠାରୁ ଭୂମି ପୂଜନ ଉପଲକ୍ଷେପ ୨୪ ଘଣ୍ଟିଆ ଯଜ୍ଞ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଚାଲିବ। ହନୁମାନ ଗଦି ମନ୍ଦିରରେ ମଧ୍ୟ ପୂଜାପାଠ ଚାଲିଛି। ମୋଦୀ ରାମ ଜନ୍ମଭୂମି ସ୍ଥଳରେ ପହଞ୍ଚିବା ପରେ ସେଠାରେ ସେ ୧୦ ମିନିଟ୍‌ ପର୍ଯ୍ୟନ୍ତ ରାମ୍‌ ଲାଲ୍ଲାଙ୍କୁ ଦର୍ଶନ କରିବେ। ପରେ ସେ ଏହି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ଭୂମି ପୂଜନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ୧୨.୩୦ରେ ଆରମ୍ଭ ହେବ। ମନ୍ତ୍ରପାଠ ଏବଂ ବୈଦିକ ରିତିନୀତି ମଧ୍ୟରେ ମୋଦୀ ମନ୍ଦିର ନିର୍ମାଣ ପାଇଁ ୫ଟି ରୁପା‌ ଇଟା ସ୍ଥାପନ କରି ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମ ପରେ ମୋଦୀ ସ୍ବାମୀ ନୃତ୍ୟଗୋପାଳ ଦାସ ଏବଂ ରାମ ଜନ୍ମଭୂମି ଟ୍ରଷ୍ଟ୍‌ର ଅନ୍ୟ ସଦସ୍ୟମାନଙ୍କୁ ଭେଟିବେ। ପ୍ରାୟ ୨.୨୦ରେ ମୋଦୀ ଲକ୍ଷ୍ନୌ ଛାଡ଼ିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe