ଜେଲେନସ୍କିଙ୍କ ବଡ କାର୍ଯ୍ୟାନୁଷ୍ଠାନ: ୟୁକ୍ରେନରେ ଥିବା ରୁଷ ନାଗରିକଙ୍କ ସମ୍ପତ୍ତି ଜବତ କରାଯିବ

Advertisment
ଜେଲେନସ୍କିଙ୍କ ବଡ କାର୍ଯ୍ୟାନୁଷ୍ଠାନ: ୟୁକ୍ରେନରେ ଥିବା ରୁଷ ନାଗରିକଙ୍କ ସମ୍ପତ୍ତି ଜବତ କରାଯିବ

www.latimes.com

ନୂଆଦିଲ୍ଲୀ: ଆକ୍ରମଣ ମଧ୍ୟରେ ରୁଷ ଉପରେ ୟୁକ୍ରେନ ସରକାର ଏକ ବଡ କାର୍ଯ୍ୟାନୁଷ୍ଠା ଗ୍ରହଣ କରିଛନ୍ତି। ୟୁକ୍ରେନର ସଂସଦ ଏକ ଆଇନକୁ ଅନୁମୋଦନ କରିଛି ଯେଉଁଥିରେ ୟୁକ୍ରେନରେ ଥିବା ରୁଷ କିମ୍ବା ରୁଷର ନାଗରିକଙ୍କ ସମ୍ପତ୍ତି ଜବତ କରାଯାଇପାରିବ। ରଏଟର୍ସ ଅନୁଯାୟୀ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ନିଷ୍ପତ୍ତି ନେଇଛନ୍ତି। ଯଦି ରୁଷର କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି ୟୁକ୍ରେନରେ ଥାଏ, ତେବେ ଏହାକୁ ୟୁକ୍ରେନ ସରକାର ଜବତ କରିପାରିବେ। ସେମାନେ ପରେ ନିଜ ସମ୍ପତ୍ତିକୁ ଫେରିପାଇବାରେ ସକ୍ଷମ ହେବେ ନାହିଁ। ଏହାପୂର୍ବରୁ ୟୁକ୍ରେନ ଆକ୍ରମଣ ପାଇଁ ରୁଷ ବିରୋଧରେ ଅନେକ ଦେଶ ରୁଷ ଉପରେ ଅନେକ କଟକଣା ଲାଗୁ କରିସାରିଛନ୍ତି।

ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଡିୟାଜିଓ କମ୍ପାନି ଜନି ୱାକର, କ୍ୟାପଟେନ ମାର୍ଗନ, ଗିନିଜ, ସ୍ମିର୍ନଫ, ହ୍ବାଇଟ ହର୍ସ ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ମଦ ତିଆରି କରେ। ଡିୟାଜିଓ ସହିତ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ବିଶ୍ୱର ସର୍ବବୃହତ ଆସବାବପତ୍ର ବ୍ରାଣ୍ଡ ଆଇକିଆ ରୁଷ ଓ ବେଲାରୁଷରେ କାର୍ଯ୍ୟ ବନ୍ଦ କରିଦେଇଛି।

publive-image

ଅନ୍ୟପକ୍ଷରେ, ରୁଷ ୟୁକ୍ରେନ ଉପରେ କରୁଥିବା ଆକ୍ରମଣକୁ ଆହୁରି ତୀବ୍ର କରୁଥିବା ଦେଖି ଏଫ୍୧ ବଡ଼ ନିଷ୍ପତ୍ତି ନେଇଛି। ଏଫ୍୧ ରୁଷ ସହିତ କରିଥିବା ଚୁକ୍ତିନାମାକୁ ଶେଷ କରି ଦେଇଛି। ସେହିଭଳି ମ୍ୟୁଜିକ୍ ଷ୍ଟ୍ରିମିଂ ସେବା ଯୋଗାଉଥିବା ସ୍ପୋଟିଫାଏ ରୁଷରେ ଥିବା ନିଜ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe